ବିଜାତଳା ବ୍ଲକ୍ ର ଖନ୍ତ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଲାଲା ମାହାଲିଙ୍କ ଜୋରଦାର ପ୍ରଚାର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଖନ୍ତ ଗ୍ରାମପଞ୍ଚାୟତ ରେ ସରପଞ୍ଚ ଆସନ ପାଇଁ ପ୍ରାର୍ଥୀ ମାନଙ୍କର ଜୋରଦାର ପ୍ରଚାର ପ୍ରସାର ଚଳାଇଥିବା ବେଳେ ଲାଲା ମାହାଲି ନିଜ ସମର୍ଥକମାନଙ୍କୁ ନେଇ ଗାଁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଖନ୍ତ ଗ୍ରାମପଞ୍ଚାୟତ ରେ ମୋଟ ୯ ଗୋଟି ଗାଁ ୧୫ ଟି ୱାର୍ଡ ମୋଟ ଭୋଟର ସଂଖ୍ୟା ୫ହଜାର ୬୧୬ ରହିଛନ୍ତି ସେଥିମଧ୍ୟରୁ ପୁରୁଷ ୨ ,୭୭୪ ଓ ମହିଳା ୨,୮୪୨ ଅଛନ୍ତି । ତେବେ ଇଂ ଅଜୟ ହାଁସଦାଃ ପ୍ରଚାର ପ୍ରସାର ନିଆରା ଡଙ୍ଗରେ ଚଳାଇଛନ୍ତି । ଭୋଟର ମାନଙ୍କୁ ସିଧାସଳଖ ଗାଁ ର ସମସ୍ୟା ତଥା ରାସ୍ତା ଘାଟ, ପାନୀୟ ଜଳ , ଭତ୍ତା ଓ ଯୁବକ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବାରେ ଚେଷ୍ଟା କରିବି ବୋଲି ବୁଝାଉଛନ୍ତି ।


