ବିଜାତଳା ବ୍ଲକ ବିଜେଡି ଆନୁକୂଲ୍ୟରେ ୩୦ୟୁନିଟ ରକ୍ତ ସଂଗ୍ରହ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ଲକ୍ ଡାଉନ୍ ପାଇଁ ଡାକ୍ତରଖାନାରେରେ ଘୋର ରକ୍ତ ସଂକଟ ଦେଖାଦେଇଛି ଦେଇଛି ।ବିନ୍ଦୁରେ ରକ୍ତ ପାଇଁ ଯେଭଳି କୌଣସି ଓଡ଼ିଆ ଲୋକ କିମ୍ବା ଓଡ଼ିଶାରେ ରହୁଥିବା ଯେକୌଣସି ରାଜ୍ୟର ରୋଗୀମାନେ ଡ଼ହଳ ବିକଳ ନ ହୋଇ ମରନ୍ତି ସେଥିପାଇଁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେବା ସହ ଏକ ସାମାଜିକ ଅନୁଷ୍ଠାନ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ମୟୂରଭଂଜ ବିଜେଡି ପ୍ରଭାରୀ,ପ୍ରଣବ ପ୍ରକାଶ ଦାସ,ସାର କଣା ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରଭାରୀ ମୁକ୍ତିକାନ୍ତ ମଣ୍ଡଳ, ମୟୁରଭଞ୍ଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ଆହ୍ୱାନ କ୍ରମେ ମୟୂରଭଂଜ ଜିଲ୍ଲାର ସାରସ କଣା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବିଜାତଳା ବ୍ଲକର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ଲକ ଅଧ୍ୟକ୍ଷ ନିମାଇଁ ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମଙ୍ଗଳବାର ଦିନ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟସଭା ସାଂସଦ ମମତା ମହାନ୍ତ , ପୂର୍ବତନ ବିଧାୟକ ମାଧବ ହାଁସଦା, ମୟୂରଭଂଜ ଜିଲ୍ଲା ସଦର ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି ୩୦ ଜଣ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଝିଆରାମ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ରଘୁନାଥ ଟୁଡୁ, ରତିକାନ୍ତ ପରୀକ୍ଷା,ଗଣେଶ ମିଶ୍ର, ବିକାଶ ମହାନ୍ତ,ଦୀପକ ମିଶ୍ର, ବିଜୁ ବେହେରା ରାମଚନ୍ଦ୍ର ଟୁଡୁ,, ରାମଚନ୍ଦ୍ର ବେଶ୍ରା,ଦୁର୍ଗା ଚରଣ ହେମ୍ବ୍ରମ, ବୁଦ୍ଧିମାନ ବିନ୍ଧାଣି ଏବଂ ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ