ବିଜିପୁର ଜଗନ୍ନାଥ ମନ୍ଦିରରେ ଅଁଳା ନବମୀ ଉତ୍ସବ ପାଳିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ପବିତ୍ର କାର୍ତ୍ତିକ ମାସ ଅଁଳା ନବମୀ ଅବସରରେ ମଙ୍ଗଳବାର ସ୍ଥାନୀୟ ବିଜିପୁର ଜଗନ୍ନାଥ ମନ୍ଦିରରେ ୧୦୮ ଆଳତୀ , ଠାକୁରଙ୍କ ପୂଜାର୍ଚ୍ଚନା କରିବା ପରେ ଭକ୍ତମାନେ ଠାକୁରଙ୍କୁ ଅଁଳା ମାଳ ସମର୍ପଣ କରିଥିଲେ । ଭକ୍ତମାନଙ୍କ ଦ୍ୱାରା ମନ୍ଦିର ପରିସର ମଧ୍ୟରେ ଭଜନ, କୀର୍ତ୍ତନ, ମହାମନ୍ତ୍ର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରମୋଦ ଦାସ, ଶଦୁଦେବ ପାତ୍ର, ମାଧବ ଜେନା, ରଘୁନାଥ ପାତ୍ର , ଭଜରାମ ପ୍ରଧାନ, ବାପି ସାହୁଙ୍କ ସମେତ ଅନେକ ଭକ୍ତ ଯୋଗଦେଇଥିଲେ ।


