ବିଜୁବାବୁଙ୍କ ଜନ୍ମ ଦିବସରେ ଗଜପତିରେ ୧୨୬ ୟୁନିଟ ରକ୍ତ ସଂଗ୍ରହ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୁରାଣ୍ଡି ଓ ରାମଗିରିରେ ବିଜୁବାବୁ ଜନ୍ମ ଦିବସରେ ଗତକାଲି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡିର କର୍ମୀମାନେ ସ୍ୱେଚ୍ଛାକୃତ ଭାବେ ୧୨୬ୟୁନିଟ ରକ୍ତ ଦାନ କରିଥିବା ଜଣାଯାଇଛି । ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଜୁବାବୁଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର କାର୍ଯ୍ୟକ୍ର କରାଯାଇଥିଲା । ମୁଖ୍ୟ ଅତିଥି ବାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ରକ୍ତ ଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ବିଜୟ କୁମାର ଜେନ୍ନା, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ୱାଇ. ରାମ ଚନ୍ଦ୍ର ରାଓ, ବ୍ଲକ ବିଜେଡି ସଭାପତି ଇଶ୍ୱରାଓ, ଯୁବ ବିଜୁ ସବାପତି ପାଇଲା ନାଗେଶ୍ୱର ରାଓ, ସାଂସଦ ପ୍ରତିନିଧି ବାଲା ଧନଞ୍ଜୟଲୁ, ବରିଷ୍ଠ ବେଜିଡି ନେତା ଡ.ମାରୁତ ପାଳ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସ, ଜିଲ୍ଲା ଯୁବ ସଭାପତି ଏସ୍‌.ଲିଙ୍ଗରାଜ, ଅଞ୍ଚଳର ବରିଷ୍ଠ ନାଗରିକ ତଥା ପୂର୍ବତନ ବିଧାୟକ ବିଜୟ ଜେନା ପ୍ରମୁଖ ଯୋଗ ଦେଇଥିଲେ । ସାଂସଦ ଚନ୍ଦ୍ର ଶେଖର ସାହୁ ପାରଳାଖେମୁଣ୍ଡି ଠାରୁ ମୋଟର ସାଇକେଲ ରାଲିରେ ଆସି ଗୁରାଣ୍ଡି ମେଡିକାଲରେ ପହଞ୍ôଚଥିଲେ । ଏହାପରେ ପ୍ରବାଦ ପୁରୁଷ ବିଜୁ ବାବଙ୍କ କାର୍ଯ୍ୟଧାରା ଆଦି ଗୁଣଗାନ କରିଥଲେ । ଏଥିରେ ପାରଳାଖେମୁଣ୍ଡି ବିଜୁ ଯୁବ ବାହିନୀର ସଦସ୍ୟ ମାନେ ୬୬ୟୁନିଟ ରକ୍ତ ଦାନ କରିଥିବା ଡାକ୍ତର ପତିତ ପାବନ ବାରିକ ସୂଚନା ଦେଇଛନ୍ତି । ସେହିପରି ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀସ୍ତରୀ କାର୍ଯ୍ୟକ୍ରମ ରାମଗିରି ଠାରେ ଅନୁଷ୍ଠିତ ହୋଇଯାଇଛି । ରାମଗିରି ଠାରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ସାଂସଦ ଶ୍ରୀ ସାହୁଙ୍କ ସମେତ, ପୂର୍ବତନ ଜିଲ୍ଲା ସ୍ୱତନ୍ତ୍ର ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଆର୍‌. ବିଜୟ କୁମାର, ଜିଲ୍ଲାପରିଷଦ ସଦସ୍ୟା ସୁପ୍ରଭା ମଣ୍ଡଳ, ଆର୍‌.ଉଦୟଗିରି ବ୍ଲକର ବିଜେଡି ସଭାପତି ମନିସା ମାଝି, ବରିଷ୍ଠ ନେତା ଦଣ୍ଡାସୀ ସାହୁ, ଲକ୍ଷ୍ମୀ ନାରାୟଣ ଶବର ପ୍ରମୁଖ ଯୋଗଦେଇଥିଲେ । ଏହି ଶିବିରରେ ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମକୁ କେଦାର ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ