ବିଜୁବାବୁଙ୍କ ଜୟନ୍ତୀରେ ‘ପାଇକ ମଉଡ଼ମଣି’ ଉପାଧିରେ ଭୂଷିତ ହେଲେ ଅଶୋକ
ଭୁବନେଶ୍ୱର, : ପ୍ରବାଦ ପୁରୁଷ, କଳିଙ୍ଗ ସମ୍ରାଟ, ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ଯୁବନେତା, ସାମାଜିକ କର୍ମୀ, ବରିଷ୍ଠ ସମ୍ଭକାର ସର୍ବୋପରି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହଙ୍କୁ ‘ପାଇକ ମଉଡ଼ମଣି’ ଉପାଧିରେ ଭୂଷିତ କରିବା ସହିତ ମାନପତ୍ର ପ୍ରଦାନ କରିଥିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ । ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଏହି ବୀରମାଟିରୁ ଆରମ୍ଭ ହୋଇଥିଲା । ସେହି ସମୟରେ ଭାରତବର୍ଷର ସ୍ୱାଧୀନତା ପାଇଁ ପାଇକ ବାହିନୀ ନିଜ ଜୀବନକୁ ବାଜି ଲଗାଇ ନିଜ ମାତୃଭୂମିକୁ ରକ୍ଷା କରିବାକୁ ହାତରେ ତଲବାରୀ ଧରିଥିଲା । କିନ୍ତୁ ଆଜି ଏ ଧରଣୀ ମା, ନଷ୍ଟ ହେବାକୁ ବସିଛି ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସୁଛି ସୁନାମୀ, ମହାବାତ୍ୟା, ଫାଇଲିନ୍, ହୁଡ୍ହୁଡ୍ ଆଜି ସତର୍କ ଘଣ୍ଟି ବଜେଇଲାଣି ମାନବ ସମାଜକୁ ସତର୍କ ରହିବାକୁ ପଡ଼ିବ । ତେଣୁ ପାଇକ ବାହିନୀ ପୁନରାୟ ଏକାଠି ହୋଇ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିବାକୁ ଆହ୍ୱାନ ପ୍ରଦାନ କରିଥିଲେ । ବୃକ୍ଷ ଲଗାଇବା ସହିତ ପରିବେଶ ସୁରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ । ପରିବେଶ ସୁରକ୍ଷା ପାଇଁ ପାଇକ ମହାସଂଘ ଅଣ୍ଟା ଭିଡ଼ିବା ସହିତ ଆସନ୍ତା ମାର୍ଚ୍ଚ ୨୯ ପାଇକ ଦିବସ ଠାରୁ ରଥଯାତ୍ରା ପର୍ଯ୍ୟନ୍ତ ପାଇକ ବାହିନୀ ଏକ କୋଟି ଗଛ ଲଗାଇବାକୁ ଅଶୋକ ପାଲଟାସିଂହ ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ପାଇକ ବିଶାରଦ କେଦାର ଦାସ, ସମ୍ପାଦକ ଅବନୀ ଜେନା, ଗ୍ରୀନ୍ ଆର୍ମି କମାଣ୍ଡ ଆସିସ ବରିସଲ, ଦିବ୍ୟରଞ୍ଜନ ସ୍ୱାଇଁ, ଭୁବନେଶ୍ୱର ସଭାପତି ଅଜୟ ନାୟକ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ ।