ବିଜୁବାବୁଙ୍କ ଜୟନ୍ତୀରେ ୩୭ନଂ ଜୋନରେ ବିଜେଡି ପକ୍ଷରୁ ସାଇକେଲ ଶୋଭାଯାତ୍ରା
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ୩୭ନମ୍ବର ଜିଲ୍ଲାପରିଷଦ ଜୋନରେ ଆଜି ପ୍ରବାଦ ପୁରୁଷ ବିଜୁବାବୁଭ୍କ ଜୟନ୍ତୀ ଅବସରରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯୁବନେତା ଇଂ ବିଶ୍ୱନାଥ ପ୍ରତାପ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ହଜାରେରୁ ଉର୍ଦ୍ଧ ବିଜେଡି କର୍ମୀ ଯୋଗଦେଇ ବରାଙ୍ଗ ଛକଠାରୁ ଏକ ସାଇକେଲ ଶୋଭାଯାତ୍ରାରେ ବାହାରି ଅଢ଼େଇଦ୍ୱାର, ଷଡଙ୍ଗ, ମଙ୍ଗରାଜପୁର ଦେଇ ଶାଳଣିଆଁ ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ଜିଲ୍ଲାପରିଷଦ ସଦସ୍ୟ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହବାପାଇଁ ଆହ୍ୱାନ ଜଣାଇଥିଲେ । ବିଜୁବାବୁ କଟକରୁ ପେଶୱାର ପର୍ଯ୍ୟନ୍ତ ଯେପରି ସାଇକେଲ ଯାତ୍ରା କରିଥିଲେ ତାଙ୍କ ସ୍ମୃତିକୁ ମନେପକାଇବାକୁ ଆଜିର ଏହି ସାଇକେଲ ଯାତ୍ରା ବୋଲି ଉଲେଖ କରିଥିଲେ । ଏହି ଶୋଭାଯାତ୍ରା ଶାଳଣିଆଁରେ ପହଞ୍ଚିବାପରେ ଡାକ୍ତରଖାନା ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, ଇଂ ବିଶ୍ୱନାଥ ପ୍ରତାପ ଜେନା, ସତ୍ୟାନନ୍ଦ ମିଶ୍ର, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସଞ୍ଜୟ କୁମାର ରାଉତ, ବିମଳ କିଶୋର ଜେନା, ନାରାୟଣ ଜେନା, ଯୋଗେନ୍ଦ୍ର ବେହେରା,ବିରେନ୍ଦ୍ର କୁମାର ବିଶ୍ୱାଳ, ଶାଳଣିଆଁ ସରପଞ୍ଚ ସୁମିତ୍ରା ଜେନା, ସମିତିସଭ୍ୟ ଦିବ୍ୟ ରଞ୍ଜନ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବିଜୁବାବୁଙ୍କ ପ୍ରତିମୃର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ବିଜୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏଥିରେ ପ୍ରହଲାଦ ଓଝା, କୃଷ୍ଣଚନ୍ଦ୍ର ଜେନା, ନିରଞ୍ନ ଜେନା, ଜୀବନ ଜେନା, ଅନାଦି ବରାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


