ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ବିଜେଡି ପକ୍ଷରୁ ଫଳ ବଣ୍ଟନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ବିଜୁ ଜନତାଦଳ ପକ୍ଷରୁ ବିଷ୍ଣୁପ୍ରୀୟା ବାଳାଶ୍ରମରେ ଶିଶୁମାନଙ୍କୁ ଫଳ ବଣ୍ଟନ କରାଯାଇଛି । ଏଥିରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ବିଧାୟକ ମାୟାଧର ଜେନା, ବିଜେଡି ନେତା ବିଜୟ ରାଉତ, ରାଜ୍ୟ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ ପ୍ରମୁଖ ଯୋଗଦେଇ ବାଳାଶ୍ରମର ଶତାଧିକ କୁନି କୁନି ପିଲା ମାନଙ୍କୁ ଫଳ ବଣ୍ଟନ କରିଥିଲେ । ଆଜି ଅଢ଼େଇଦ୍ୱାର ଠାରେ ଏହି ଉପଲକ୍ଷେ ଏକ ବୃହତ କାର୍ଯ୍ୟକ୍ରମ କରାଯିବାକୁ ଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା ।