ବିଜୁବାବୁଙ୍କ ଶ୍ର୍ରାଦ୍ଧୋତ୍ସବ

ହାଟଡ଼ିହି (ବିକାଶ ବିଶ୍ୱାଳ), ଆଜି ବିଜୁବାବୁଙ୍କ ୨୪ତମ ଶ୍ରାଦ୍ଧୋତ୍ସବ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଶାସଙ୍ଗ ପଞ୍ଚାୟତରେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ ବିଜେଡି ନେତାମାନେ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହିତ ବିଜୁବାବୁଙ୍କ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ । ସେହିପରି ବଞ୍ଚୋଛକ ଠାରେ ବରିଷ୍ଠ ବିଜେଡିନେତା ମାର୍କଣ୍ଡ ଚରଣ ଓଝାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡି ସମ୍ପାଦକ ସତ୍ୟାନନ୍ଦ ମିଶ୍ର, ବରିଷ୍ଠ ବିଜେଡି ନେତା ନାରାୟଣ ଜେନା, ଅନନ୍ତ ସ୍ୱାଇଁ, ରତ୍ନାକର ଓଝା, ଅମିୟ ରଞ୍ଜନ ବରାଳ, ସୁଧାକର ଓଝା, କୋଦଣ୍ଡଧର ଦାସ, ଅଭିଜିତ ଯେନା, ରାଜନ ଯେନା, କାଳନ୍ଦୀ ଯେନା, ବୁଟୁନୁ ଯେନା ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ