ବିଜୁବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତି ପାଳନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କଳିଙ୍ଗର ବରପୁତ୍ର ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ରବିବାର ହିଞ୍ଜିଳି ବିଜେଡି ପକ୍ଷରୁ ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କ ତତ୍ତ୍ୱାବଧାନରେ ଦଳୀୟ କର୍ମୀ ମାନେ ତହସିଲ କାର୍ଯ୍ୟାଳୟ ନିକଟରେ ଏକତ୍ରିତ ହୋଇଥିଲେ । ପୌରାଞ୍ଚଳ ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ୩ଶହରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଏକ ସାଇକେଲ ରାଲିରେ ବାହାରି ନଗର ପରିକ୍ରମା କରିଥିଲେ । ମୁଖ୍ୟ ସଡକ, କଲ୍ୟାଣମଣ୍ଡପ ଓ ଶିଶୁ ଉଦ୍ୟାନ ନକିଟରେ ଅବସ୍ଥାପିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ରୋଗୀଙ୍କୁ ପାଚିଲା ଫଳ ବଣ୍ଟନ କରିଥିଲେ । ଅପରାହ୍ନରେ ବିଜୁପଟ୍ଟନାୟକ ଶିଶୁ ଉଦ୍ୟାନ ସମ୍ମୁଖରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଉପସ୍ଥିତ ଦଳୀୟ କର୍ମୀ ମାନେ ବିଜୁବାବୁଙ୍କ ଚିନ୍ତାଧାରା ଓ ଆଦର୍ଶ, ନିଶା ନିବାରଣ, ଦଳର ସମ୍ଭିଧାନ, ନିୟମ ଏବଂ ଅନୁଶାସନ ପାଳନ କରିବା ସହ ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ସହିତ ଓଡିଶାର ନ୍ୟାର୍ଯ୍ୟ ଦାବି ହାସଲ ସକାଶେ ନିର୍ଭିକତାର ସହିତ ସଂଗ୍ରାମ କରିବା ପାଇଁ ଶପଥ ପାଠ କରିଥିଲେ । ଓଡିଶା ପ୍ରତି ବିଜୁବାବୁଙ୍କ ଅବଦାନ ଅତୁଳନୀୟ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସର୍ମ୍ପକରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଶେରଗଡ ବ୍ଳକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ବ୍ଳକ ସଭାପତି ଶରତ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ, ପ୍ରିତି ସାହୁ, ବାଇ ଗିତାଞ୍ଜଳି, ବ୍ଳକ ଯୁବ ବିଜେଡି ସଭାପତି ମନୋଜ ସାବତ, ଡି. ବିଶ୍ୱନାଥ, ଏନ. ରଘୁନାଥ, ଅଜୟ ମହାରଣା, ରାମଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, କାଉନସିଲର ଓ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।


