ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧବାର୍ଷିକ ପାଳିତ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ବିଭିନ୍ନ ସ୍ଥାନରେ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ପୁର୍ବତନ ସମିତିସଭ୍ୟ ରବିନ୍ଦ୍ର କୁମାର ଜେନା, ମହେଶ୍ୱର ସା, ଦିପ୍ତୀ ରଞ୍ଜନ ଦାସ, ଜଗନ୍ନାଥ ନାୟକ, ସନ୍ତୋଷ କୁମାର ନାୟକ, ପ୍ରମୋଦ ଜେନା, ରବିନ୍ଦ୍ର ନାଥ ଜେନା, ରବିନ୍ଦ୍ର କୁମାର ପାତ୍ର, ରବିନ୍ଦ୍ର ବାରିକ, ଅମିୟ ବରାଳ, ରବିନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗାଦଇ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ସେହିପରି ଶାଳଣିଆଁ ଠାରେ ସରପଞ୍ଚ ଶ୍ରୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରାଦ୍ଧବାର୍ଷିକ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ, ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ, ପ୍ରତାପ ଦେଓ, ଡଅଁର ସରପଞ୍ଚଙ୍କ ପ୍ରତିନିଧି ମଦନ ମୋହନ ସାନ୍ତାଳ, ବ୍ରଜ କିଶୋର ଜେନା ପ୍ରମୁଖ ଯୋଗଦେଇ ଶାଳଣିଆଁ ମେଡିକାଲ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୃର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ବଞ୍ଚୋଛକ ଠାରେ ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝାଙ୍କ ସଂଯୋନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁଧାକର ଓଝା, ସୁବାସ ଚନ୍ଦ୍ର ଓଝା ଓ ତାଙ୍କ ପରିବାର ସଦସ୍ୟ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କରୋନା ଯାଗୁଁ ଲକଡାଉନ ସମୟରେ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆଯାଇ ନିରାଡମ୍ବର ଭାବେ ଏହି ଶ୍ରାଦ୍ଧବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ