ବିଜୁବାବୁଙ୍କ ୨୭ ତମ ତିରୋଧାନ ଦିବସ ପାଳିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦପୁରୁଷ ବିଜୁବାବୁଙ୍କ ୨୭ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଭଞ୍ଜନଗର ପୌରପରିଷଦ ଓ ବ୍ଲକର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ ଉପସ୍ଥିତ ଶହ ଶହ କର୍ମୀ ଓ କର୍ମକର୍ତା ଙ୍କ ଉପସ୍ଥିତିରେ ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ତାହା ପରେ ପରେ ୫୦୦ ଶହରୁ ଅଧୀକ ମୋଟର ସାଇକେଲର ଶୋଭାଯାତ୍ରା ବିଜୁ ପଟ୍ଟନାୟକ ଅମର ରହେ ଧ୍ୱନି ଦେଇ ସହର ପରିକ୍ରମା କରିଥିଲା। ଭଞ୍ଜନଗର ସହର ଆରଏମସି କୃଷକ ବଜାର ସମୁଖରେ ଥିବା କୃଷକ ନେତା ସ୍ବର୍ଗତ ବଳଭଦ୍ର ଆରୁଖ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ମୋଟର ସାଇକେଲ ଶୋଭାଯାତ୍ରା ନୂତନ କାରାଗାର ସମୁଖରେ ଥିବା ଓଡିଶାର ୧୦ ଜଣ ପ୍ରତିଷ୍ଠିତ ବିଭିନ୍ନ ସ୍ତରରେ ସାନମାନିତ ହୋଇଥିବା ପୁରୁଷ ଓ ମହିଳାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ସେହି ଠାରୁ ଉକ୍ତ ଶୋଭାଯାତ୍ରା ତହସିଲ ଛକ ଠାରେ ପହଞ୍ଚି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ପ୍ରଦାନ ସହିତ ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା ଏବଂ ବିଜୁ ବାବୁଙ୍କ ସ୍ମୃତିରେ ଏକ ପଥ ପ୍ରାନ୍ତ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ସେହିପରି ଷ୍ଟେଟ ବ୍ୟାଙ୍କ ଛକରେ ଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ଏବଂ ବସ ଷ୍ଟାଣ୍ଡ ଛକରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେବା ପରେ ପରେ ଉକ୍ତ ମୋଟର ସାଇକେଲ ଶୋଭାଯାତ୍ରା ଭଞ୍ଜନଗର ମୁଖ୍ୟ ରାସ୍ତା ଏବଂ ବାଉଁଶଲୁଣ୍ଡି ଗ୍ରାମ ରାସ୍ତା ଦେଇ ବାଇପାସ ଛକ ଠାରେ ଥିବା ସ୍ବର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ଥିଲା। ଏହିଠାରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟ ଅର୍ପଣ ପରେ ଉପସ୍ଥିତ ବହୁ ସଦସ୍ୟ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏକ ପଥ ପ୍ରାନ୍ତ ସଭା ଏବଂ ସମସ୍ତ କର୍ମୀଙ୍କ ଉପସ୍ଥିତିରେ ବିଜୁ ବାବୁଙ୍କ ସ୍ମୃତି ଓ ଅନୁଭୂତି କୁ ନେଇ ଏବଂ ଓଡିଶାର ବିକାଶ ଓ ପ୍ରଗତିରେ ସମସ୍ତ ବର୍ଗର ବ୍ୟକ୍ତିଙ୍କ ଅଂଶ ଗ୍ରହଣ ସକାଶେ ଏକ ଶପଥ ପାଠ ପତ୍ର ପାଠ କରାଯାଇଥିଲା। ଉପରୋକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ପୌରପରିଷଦ ର ପୌରପାଳ ଗୋପବନ୍ଧୁ ମହାପାତ୍ର, ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ରାଜ କୁମାର ସାହୁ, ବ୍ଲକ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଜିତେନ୍ଦ୍ର କେଶରୀ ଆରୁଖ, ସାଂସଦ ପ୍ରତିନିଧି ଦିବାକର ନାୟକ, ପଞ୍ଚାନନ ପାଳ, ପୂର୍ବତନ ଏନଏସି ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା, ଓ ପୌରପରିଷଦ ର ସମସ୍ତ କାଉନସିଲର ଙ୍କ ସମେତ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ ଯୋଗଦାନ କରିଥିଲେ।


