ବିଜୁଳି ବିଭାଗ ଘେରାଉ କଲେ ଗ୍ରାମବାସୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଅଘୋଷିତ ବିଜୁଳି କାଟ ଓ ବାରମ୍ବାର ବିଜୁଳି କାଟ ଏବଂ ଲୋ ଭୋଟେଜଜ ସମସ୍ୟାକୁ ନେଇ ଗ୍ରାମବାସୀର ମହିଳା ଓ ପୁରୁଷ ଘେରାଉକଲେ ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟ । ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ପଂଚାୟତର ମହିଳା ଓ ପୁରୁଷ ଆଜି ବାଲିଗୁଡା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପଦର୍ଶନ କରିବା ସହ ଚେତାବନୀ ଦେଇଛନ୍ତି । କହିଛନ୍ତି ଯେ ଲଣ୍ଡାଗାଁ ଓ ଖଲମନଖୋଲ ପଂଚାୟତରେ ଅଘୋଷିତ ଓ ବାରମ୍ବାର ବିଦ୍ୟୁତ କାଟ ହେବା ସହ ଲୋ ଭୋଲଟେଜ ସମସ୍ୟା ରହୁଛି ଏହା ଦିନେ ନୁହଁକି ଦୁଇଦିନ ନୁହଁ ୪ ମାସ ଧରି ଏହି ସମସ୍ୟା ଲାଗିରହିଛି ଯାହା ଫଳରେ ଏହି ଦୁଇଟି ପଂଚାୟତର ଅଂଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଓ ବିଶେଷକରି ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ବାଧା ଉପୁଜୁଛି । ଏହି ବିଦ୍ୟୁତ ସମସ୍ୟାକୁ ସମାଧାନ କରିବାକୁ କହିବା ସହ ଯଦୀ ଏହାର କିଛି କାର୍ଯ୍ୟକାରୀ ନକରାଯାଏ ତେବେ ଆଗମି ଦିନରେ ଅଂଚଳବାସୀ ଏହାକୁ ନେଇ ଧାରଣାରେ ବସିବା ସହ କାର୍ଯ୍ୟାଳୟକୁ ତାଲା ପକାଇ ପ୍ରତିବାଦ କରିବୁ କହିଛନ୍ତି । ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ କହିଛନ୍ତି ଯେ ସେଇପଟ ଲାଇନରେ ବର୍ଷା ଯୋଗୁଁ ବିଦ୍ୟୁତ ସମସ୍ୟା ଦେଖାଦେଉଛି , ବିଦ୍ୟୁତ ବିଭ୍ରାଟ ଦେଖାଯାଉଛି । ଏହି ସମସ୍ୟା ଦୁର କରିବାକୁ ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ