ବିଜୁ ଅନୁଗାମୀ ଭଗବାନ ନାୟକଙ୍କ ପରଲୋକ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ପ୍ରାକ୍ତନ ମନ୍ତ୍ରୀ ସ୍ୱର୍ଗତ ପ୍ରହଲ୍ଲାଦ ମଲ୍ଲିକଙ୍କ ଏକାନ୍ତ ଅନୁଗାମୀ ବରିଷ୍ଠ ସମାଜସେବୀ ଭଗବାନ ନାୟକଙ୍କର ୮୮ବର୍ଷ ବୟସରେ ବୁଧବାର ତାଙ୍କ ବାଲିପାଟଣ ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତଃ ନାୟକ କିଛିଦିନ ଧରି ବୟାସାଧିକ କାରଣରୁ ପିଡିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ସମାଜବାଦୀ ନେତା ବିଶ୍ୱନାଥ ଧଳ, ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରାକ୍ତନ ସରପଞ୍ଚ ବିଜୟାନନ୍ଦ ପରିଡା, ଅଧ୍ୟାପକ ଶୁଭ୍ରାଂଶୁ ଦାସ, ଜନମଞ୍ଚ ନେତା ପାରେଶ୍ୱର ବିଶ୍ୱାଳ, ଶରତ ବିଶ୍ୱାଳ, ପ୍ରାକ୍ତନ ସରପଞ୍ଚ ବସନ୍ତ ସାହୁ, କିଶୋର ଜେନା, ବାଲିପାଟଣା ପଞ୍ଚାୟତ ବିଜେଡି ସଭାପତି ଦିଲ୍ଲିପ ଜେନା, ଶିକ୍ଷାବିତ୍ ବଲ୍ଲଭ ଚରଣ ମଲ୍ଲିକ, ପ୍ରାକ୍ତନ ସମିତିସଭ୍ୟ ଅଭୟ ଜେନା, ସମବାୟବିତ୍ ଚିତ୍ତରଞ୍ଜନ ମଲ୍ଲିକ, ସାମାଜିକ କର୍ମୀ ଅକ୍ଷୟ ତରାଇ ପ୍ରମୁଖ ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତଃ ନାୟକଙ୍କ ବଡପୁଅ ଶୁଭେନ୍ଦ୍ର ନାୟକ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ପଟ୍ଟାମୁଣ୍ଡାଇରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଅଲେଖ ଜେନା, ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପ୍ରତିଷ୍ଠାତା ବିଜୟ କେତନ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସମ୍ପାଦକ ଗୋପିନାଥ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ