ବିଜୁ ଛାତ୍ର ଜନତାଦଳର ରାଜ୍ୟ କାର୍ଯ୍ୟକାରିଣୀ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଭାଟିଆପଡିଆ ଠାରେ ବିଜୁ ଛାତ୍ର ଜନତାଦଳର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫେରନ୍ସ ମାଧ୍ୟମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ ଦେଇଥିଲେ । ବ୍ଲକ ଛାତ୍ର ବିଜେଡି ସଭାପତି ଗିରିଶ ଚନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ବିରେନ୍ଦ୍ର କୁମାର ବିଶ୍ୱାଳ, ରଞ୍ଜନ ପହି, ରଙ୍ଗାଧର ମଲ୍ଲିକ, ଶିଶିର କୁମାର ବେହେରା, ନିର୍ମଳ ସେଠଈ, ତାରିଣୀ ପ୍ରସାଦ ସେନାପତି, ତପନ କୁମାର ସେଠୀ, ବିଭୁତି ମୁଖୀ, ପ୍ରଦ୍ୟୁମ୍ନ ବେହେରା, ପ୍ରଶାନ୍ତ ଜେନା, ଅଶ୍ୱନୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ତୃଣମୁଳ ସ୍ତରରୁ ଛାତ୍ର ବିଜେଡି ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଶତାଧିକ ବିଜୁ ଛାତ୍ର ଜନତାଦଳର ସଦସ୍ୟମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ