ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ଚୌଦ୍ଵାର, (ଦୀପକ କୁମାର ବେଉରା):ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଚୌଦ୍ଵାର ପୌରପାଳିକା ର କପାଳେଶ୍ୱର ୟୁଥ୍ କ୍ଳବ ଠାରେ ଜୀବନ ବିନ୍ଦୁ କାର୍ଯୟକ୍ରମ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଓ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ ଙ୍କ ମାର୍ଗଦର୍ଶନ ଅନୁଷ୍ଠିତ ଶିବିର କୁ ଚୌଦ୍ଵାର -କଟକ ବିଧାୟକ ସୈୗଭିକ ବିଶ୍ୱାଳ ଉଦ୍ଘାଟନ କରିଥିଲେ। ଶିବିର ରେ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଆଦିତ୍ୟ ଶିବ ସନ୍ତୋଷ ଦାସ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଅତିଥିଭାବେ ପୂର୍ବତନ କାଉନସିଲର କରୁଣା କର ସାହୁ ,ବିଷ୍ଣୁଚରଣ ପରିଡା, ରଶ୍ମିତା ନାୟକ ,ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ଅର୍ଜୁନ ପଣ୍ଡା ,ଜିଲ୍ଲା ଯୁବ ବିଜେଡି ଉପସଭାପତି ସିଦ୍ଧାର୍ଥ ରାୟ, କଲ୍ପନା ଜେନା, ସମାଜ ସେବୀ ପ୍ରଭାତ ଜେନା ,ଉମାଶଙ୍କର ସାସମଲ ଅନ୍ୟ ମାନଙ ମଧ୍ୟରେ ରାଜେନ୍ଦ୍ର ପ୍ରସାଦ ଦାସ,ତୁସାର ରଂଜନ ରାଉତରାୟ,ବିଭୂ ପ୍ରସାଦ ରାଉତ, ନିକୁଜ୍ଞ ଦାସ, ସୁରେଶ ଦାସ,ସୋମିତ୍ ସାମଲ ,ଅଭିଜିତ୍ ସାହୁ, କୁନାଲ ପୃଷ୍ଟି ,କପାଳେଶ୍ୱର ୟୁଥ୍ କ୍କବ ସଭାପତି ସନ୍ଦିପ କାନୁନଗୋ ଯୋଗଦେଇଥିଲେ। କଟକ କେନ୍ଦୀୟ ରେଡକ୍ରସ୍ ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା


