ବିଜୁ ଜନତାଦଳର ୨୫ ବର୍ଷ ଉପଲକ୍ଷେ ରକ୍ତଦାନ ଶିବିର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ଓଡ଼ିଶାରେ ଏକ ଆଂଚଳିକ ରାଜନୈତିକ ଦଳ ଭାବେ ବିଜୁ ଜନତା ଦଳ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠିତ ହୋଇଥିଲା ।୨୦୨୨ ଡିସେମ୍ବର ୨୬ ତାରିଖରେ ଏହା ୨୫ ବର୍ଷ ପୂରଣ କରି ୨୬ ବର୍ଷ ରେ ପଦାର୍ପଣ କରିବା ।ତେଣୁ ରାଜ୍ୟ ଦଳୀୟ ନିର୍ଦ୍ଦେଶକ୍ରମେ ବିଜୁଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସୁମି ବ୍ଲକର ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ଓଡିଶା ମୋ ପରିବାର ଓ ଧାତିକି ସାହି କ୍ରିକେଟ ଆସୋସିଏସନ୍ ମିଳିତ ଆନୁକୂଲ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ପରିସରରେ ରବିବାର ଦିନ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସଦର ବିଜୁ ଯୁବ ଜନତା ସଭାପତି ତଥା ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଵିଜୁ ଛାତ୍ର ଜନତା ସାଧାରଣ ସଂପାଦକ ବିକାଶ ମହାନ୍ତ ଯୋଗଦେଇ ଫିତାକାଟି ରକ୍ତଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୨୭ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ ମ ମଣିଥିଲେ । କାର୍ଯ୍ୟକ୍ରମରେ ଅନିଲ,ଅଜିତ,ଲକ୍ଷ୍ମଣ,ଆସିବ,ସୁଧାର,ବନମାଳି,କୁଅଁର,ରାମସାଇ,ବିପିନ, ରଂଜନ, ରୋହିତ, ଶଙ୍କର,ଭୁଗୁଲ ପମୁଖ ଯୁବଛାତ୍ର ସଦସ୍ୟମାନେ ରକ୍ତସଂଗ୍ରହ ପରିଚାଳନାରେ ସହଯୋଗ କରିଥିଲେ । ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ପବିତ୍ର ପ୍ରତ୍ୟୁଷ ମିଶ୍ର ଏବଂ ଅନ୍ୟ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।