ବିଜୁ ଜନତାଦଳ ପକ୍ଷରୁ ଶୋଭାଯାତ୍ରା ଓ ମିଶ୍ରଣପର୍ବ

ରାଜନଗର : ରାଜନଗର ବ୍ଲକରେ ବିଜୁ ଜନତାଦଖଳ ପକ୍ଷରୁ ବ୍ଲକ ସଭାପତି ଅଶୋକକୁମାର ପ୍ରତିହାରୀଙ୍କ ନେତୃତ୍ୱରେ ମହିଁଷାସୁରଠାରୁ ଦଳୀୟ ପ୍ରାର୍ଥୀ ଧୃବ ସାହୁଙ୍କୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ସାତଭାୟା ଥଇଥାନସ୍ଥଳୀ ବଗପାଟିଆସ୍ଥିତ ମା ପଚୁଂବରାହୀ ମନ୍ଦିର ନିକଟରେ ପହଂଚିଥିଲେ । ମାଙ୍କ ପୂଜାର୍ଚ୍ଚନା କରି ଆର୍ଶିବାଦ କାମନା କରିଥିଲେ । ବିଭିନ୍ନ ଛକମାନଙ୍କରେ ଦଳୀୟ କର୍ମୀମାନେ ଶ୍ରୀ ସାହୁଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହାପରେ ଦଳୀୟ କାର୍ଯ୍ୟାଳୟରେ କଣ୍ଡିରା ପଚାଂୟତ ବଳରାମପୁରର ବ୍ରହ୍ମାନନ୍ଦ ମଳିକ, ଜଗବନ୍ଧୁ ମଳିକ, ଶମ୍ଭୁ ମଳିକ, ବିଷ୍ଣ ମଳିକ, ଦୁର୍ଯ୍ୟୋଧନ ମଳିକ, ଆଦିକନ୍ଦ ମଳିକ, ନଳିନୀକାନ୍ତ ଜେନା ପ୍ରମୁଖ ବିଜେଡିରେ ସାମିଲ ହୋଇଥିଲେ । ଶ୍ରୀ ସାହୁ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ଅଶୋକକୁମାର ପ୍ରତିହାରୀଙ୍କ ସହ ବହୁ କାର୍ଯ୍ୟକର୍ତା ଦଳରେ ସାମିଲ ହୋଇଥିଲେ । ଆଜିର ଏହି ଶୋଭାଯାତ୍ରାରେ ପଚାଂୟତ ସମିତି ଅଧ୍ୟକ୍ଷ ଜୟରାମ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ରକୁମାର ସେଠୀ, ପ୍ରଶାନ୍ତକୁମାର ରାଉତ, ଅରୁଣକୁମାର ସାହୁ, ଗୋବର୍ଦ୍ଧନ ପ୍ରଧାନ, ପାରେଶ୍ୱର ନାୟକ, ଗଣେଷ ଗୁଡିଆ, ନରହରି ଜେନା, ବାଇଧର ସେଠୀ, କେଦାର ସାହୁ, ରଶ୍ମିରଂଜିତା ସ୍ୱାଇଁ, ପୁଷ୍ପଲତା ପ୍ରଧାନ, ଜୁମର ସ୍ୱାଇଁ, ନିମାଇଁ ରାଉତ, ସର୍ବେଶ୍ୱର ସାହୁ, ପର୍ଶୁରାମ ବାରିକ, ପ୍ରତିମା ମହାନ୍ତି, ରତିକାନ୍ତ ସେଠୀ, ମୁକ୍ତିକୁମାର ପାତ୍ର, ରଶ୍ମିରେଖା ଦଳାଇ, ସପନ ପରିଡା, ଅଶୋକ ମହାନ୍ତି, ଆର୍ତବନ୍ଧୁ ମହାନ୍ତି, ବିକ୍ରମ ବାରିକ, ପ୍ରକାଶ ତାଡୁ, ବିଜ୍ଞାନ ଜେନା, ବାଇଧର ପ୍ରଧାନ ପ୍ରମୁଖ ବିଜେଡି ନେତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ