ବିଜୁ ଜନତା ଦଳରେ ଯୋଗଦେଲେ ବହୁ ବିଜେପି କର୍ମୀ ଓ ସମର୍ଥକ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ପାଣ୍ଡିରିପଡା ପଞ୍ଚାୟତର ୨ ଶହରୁ ଉର୍ଦ୍ଧ୍ବ ବିଜେପି ସମର୍ଥିତ ପରିବାର ନବୀନ ବାବୁଙ୍କ ଆଦର୍ଶ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନସମ୍ପର୍କ ଓ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଡିସେମ୍ବର ୧୬ ତାରିଖ ଦିନ ପ୍ରସିଦ୍ଧ ଶକ୍ତିପୀଠ ମାଁ ସିଂହାସନୀଙ୍କ ମନ୍ଦିର ପରିସରରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ପାଣ୍ଡିରିପଡା ବିଜେପି ନେତା ରବୀନ୍ଦ୍ର ନାୟକଙ୍କ ନେତୃତ୍ୱରେ ଦୁଇ ଶହରୁ ଉର୍ଦ୍ଧ୍ବ ପରିବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ପୋଲସରା ଅଞ୍ଚଳରେ ବିଜେପି ନେତାମାନେ ମନପଡିଲେ ଗ୍ରାମକୁ ଆସି ଲୋକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଗଲା ପରେ ଆଉ ଦେଖା ମିଳୁନାହିଁ ବୋଲି ରବୀନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ବିଜେପି ନେତାଙ୍କ କାର୍ଯ୍ୟକଳାପକୁ ବିରୋଧ କରି ବୁଧବାର ଦିନ ମାଁ ସିଂହାସନୀ ପୀଠରେ ବିଧାୟକଙ୍କ ଉପସ୍ଥିତରେ ରବିନ୍ଦ୍ର ନାୟକଙ୍କ ନେତୃତ୍ୱରେ ବିଷ୍ଣୁ ପ୍ରସାଦ ନାୟକ , ନିଦାନ ନାୟକ , ଲମ୍ବୋଦର ପ୍ରଧାନ , ନବଘନ ନାୟକ , ଭଗବାନ ନାୟକ , ଜ୍ୟୋତି ନାୟକ , ଭାସ୍କର ଶବର , ସିମାଞ୍ଚଳ ଶବର ପ୍ରମୁଖଙ୍କ ସମେତ ବହୁ ବିଜେପି କର୍ମୀ ଓ ସମର୍ଥକ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ସମସ୍ତ ନୂତନ କର୍ମୀମାନଙ୍କୁ ଦଳୀୟ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ପୋଲସରା ବ୍ଲକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ , ସଂପାଦକ ଅଶୋକ କୁମାର ବିଷୋୟୀ , ନଗର ଯୁବ ବିଜେଡି ସଭାପତି ଗୋପାଳ କୃଷ୍ଣ ସାହୁ , ସଂପାଦକ ବାବୁଲି ପଟ୍ଟନାୟକ , ମଧୁପଲ୍ଲୀ ପଞ୍ଚାୟତ ସଭାପତି ସୁଶାନ୍ତ କୁମାର ପୋଲେଇ , ପୂର୍ବତନ ନଗର ସଭାପତି ଭଗବାନ ସାହୁ , ରତ୍ନାକର ସାହୁ , ରଞ୍ଜନ ପାଣିଗ୍ରାହୀ , ପବିତ୍ର ରାଉତ ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ