ବିଜୁ ଜନତା ଦଳର କର୍ମକର୍ତ୍ତା ଚୟନ ନେଇ ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ସି ଟି ସ୍କୁଲ ନିକଟରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପୋଲସରା ବ୍ଲକ ଓ ଏନଏସି ବିଜୁ ଜନତା ଦଳର ସଂଗଠନ ସୁଦୃଢ଼ କରିବା ପାଇଁ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ମାର୍ଚ୍ଚ ୧୮ ତାରିଖ ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଦଳର ସଂଗଠନକୁ ସୁଦୃଢ଼ କରିବା ପାଇଁ କର୍ମକର୍ତ୍ତା ନିର୍ବାଚନ ନେଇ ଆଲୋଚନା କରିଥିଲେ। ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସରପଞ୍ଚ ବିଜୟ କୁମାର ସ୍ବାଇଁ ନିର୍ବାଚନ ଅଧିକାରୀ ଭାବେ ରହି ନିର୍ବାଚନ ପରିଚାଳନା କରିଥିଲେ। ସର୍ବସମ୍ମତି କ୍ରମେ ପୋଲସରା ବ୍ଲକ ସଭାପତି ଭାବେ ସୁରେନ୍ଦ୍ର ପ୍ରଧାନ ଓ ସମ୍ପାଦକ ଭାବେ ଅଶୋକ କୁମାର ବିଷୋୟୀ ଏବଂ ନଗର ସଭାପତି ଭାବେ ଗୋପାଳ ସାହାଣୀ ଓ ସମ୍ପାଦକ ଭାବେ ରବି ନାରାୟଣ ପଟ୍ଟନାୟକଙ୍କ ନାମ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ପଠାଯାଇଥିଲା। ଅନୁମୋଦନ ହୋଇ ଆସିବା ପରେ ଅନ୍ୟାନ୍ୟ ପଦବୀ ଚୟନ ନେଇ ଆଲୋଚନା ହେବ । ଆସନ୍ତା ଦିନରେ ବିଜେପି ସରକାର ବିରୁଦ୍ଧରେ ଲଢେଇ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତି ସରିଛି ବୋଲି ପୂର୍ବତନ ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ। ବୈଠକରେ ପୋଲସରା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା,ଏନ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶିଶିର ବେହେରା,, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ଘନଶ୍ୟାମ ଦାଶ, ନିବାସୀ ପରିଡ଼ା, ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ