ବିଜୁ ଜନତା ଦଳର ଘରେ ଘରେ ଶଂଖ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ବର ପୌରପରିଷଦ ୨୮ନଂ ୱାର୍ଡରେ ଅନୁଷ୍ଠିତ ହୋଇଥିଲା ଘରେ ଘରେ ଶଂଖ କାର୍ଯ୍ୟକ୍ରମ।ଏହି ଅବସରରେ ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ ଗୋପାଳ ଗାଁର ଘରକୁ ଘର ବୁଲି ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ ଯୋଜନା ଏବଂ ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା ବିଷୟରେ ସଚେତନତା କରାଇବା ସହ ଆସନ୍ତା ଜୁନ ୧ ତାରିଖରେ ଉଭୟ ସାଂସଦ ଏବଂ ବିଧାୟକ ପାର୍ଥିଙ୍କୁ ଶଂଖ ଚିହ୍ନରେ ଆଶିର୍ବାଦ ଭିକ୍ଷା କରିଥିଲେ।ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତଥା ଆମ ଓଡିଶା ନବୀନ ଓଡିଶା ବାଲେଶ୍ବର ଜିଲ୍ଲା ସଂଯୋଜକ ରଂଜନ ବାଗ,ଟାଉନ ମହିଳା ସଭାପତି ତଥା କାଉସିଲର ମୀନା ମହାନ୍ତି,କାଉସିଲର ସଂଧ୍ୟାରାଣୀ ଜେନା,ଟାଉନ ସଭାପତି ସନତ ଦାସ,ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ,ନାରୀ ନେତ୍ରୀ ରାଜଲକ୍ଷ୍ମୀ ଚାଟ୍ଟାଜୀ,ଅନୁପ ଚାଟ୍ଟାଜୀ,କୌସିକ ପଣ୍ଡା,ଜୟଶ୍ରୀ ରଥ,କବିତା ବେରା,ରଂଜନ ଭୋଇ ପ୍ରମୁଖ ସାମିଲ ହୋଇ ବିଜୁ ଜନତା ଦଳ ପାଇଁ ପ୍ରଚାର କରିଥିଲେ।