ବିଜୁ ଜନତା ଦଳର ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସଙ୍କ ନିମନ୍ତେ ତେଲୁଗୁ ଏବଂ ଓଡିଆ ଚଳଚ୍ଚିତ୍ର ତାରକା ମାନେ ପ୍ରଚାର କଲେ

ଛତ୍ରପୁର : ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା ବିଜୁ ଜନତାଦଳର ଜିଲ୍ଲାସାଧାରଣ ସଂପାଦକ ସୁବାସ ଚନ୍ଦ୍ର ବେହେରାଙ୍କୁ ଛତ୍ରପୁର ବିଧାନସଭା ପ୍ରାର୍ଥୀ ଭାବେ ବିଜୁ ଜନତାଦଳର ନାମ ଘୋଷଣା କରିବା ଦିନ ଠାରୁ ନିର୍ବାଚନ ମଣ୍ଡଳୀ ବିଜେଡି ନେତା ଓ କର୍ମୀ ମାନେ ଖୁସି ଜାହିର କରି ଏକ ମନରରେ ଦଳୀୟ ପ୍ରାର୍ଥୀ ଶ୍ରୀ ବେହେରାଙ୍କୁ ବିଜୟୀ କରିବା ନିମନ୍ତେ ସଂକଳ୍ପ କରି ନାମାଙ୍କନ ପତ୍ର ଦାଖଲ ଦିନ ଠାରୁ ଏପର୍ଯ୍ୟନ୍ତ ଅହରହ କାର୍ଯ୍ୟ କରିଆସୁଛନ୍ତି । ନିର୍ବାଚନ ପ୍ରଚାର ଶେଷ ତାରିଖ ଅପ୍ରେଲ ୯ତାରିଖ ରହିଥିବା ବେଳେ ଆଜି ଛତ୍ରପୁର ବିଧାନସଭା ପ୍ରାଥୀ ଶ୍ରୀ ବେହେରା ନିଜ ସମର୍ଥକ ମାନଙ୍କୁ ଧରି ମାରଥାନ ପ୍ରଚାର କରିବା ସହ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ପ୍ରଚାରରେ ଲାଗିପଡିଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବହୁ ସଂଖ୍ୟାକ ତେଲୁଗୁ ଭୋଟର ରହିଥିବାରୁ ଏହି ଭୋଟର ମାନଙ୍କୁ ହାତେଇବା ନିମନ୍ତେ ତେଲୁଗୁ ଫିଲ୍ମର ହାସ୍ୟଅଭିନେତା ଭେଣୁ ଓ ରମେଶ ତେଲୁଗୁ ଭାଷାରେ ବିଜୁ ଜନତା ଦଳ ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାଷ ଚନ୍ଦ୍ର ବେହେରାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବା ନିମନ୍ତେ ଲୋକମାନଙ୍କୁ ହସେଇ ହସେଇ ନିର୍ବାଚନ ପ୍ରଚାର କରିଥିଲେ । ଏହାସହ ଓଡିଆ ଚଳଚ୍ଚିତ୍ର ଚୁଲବୁଲି ନାୟିକା ଅର୍ଚ୍ଚିତା ଲୋକମାନଙ୍କୁ ସୁବାଷଙ୍କୁ ଭୋଟ ଦେବା ନିମନ୍ତେ ପ୍ରଚାର କରିଥିଲେ । ନିର୍ବାଚନ ମଣ୍ଡଳୀର ଟାଙ୍ଗଣାପଲ୍ଲୀ ପଂଚାୟତ ରାମପଲ୍ଲୀ ଗ୍ରାମ ଠାରୁ ଆଜି ସୁବାଷ ନିର୍ବାଚନୀ ପ୍ରଚାର ଆରମ୍ଭ କରି ଲକ୍ଷ୍ମୀପୁର, ନରେନ୍ଦ୍ରପୁର, କଣମଣା ଏବଂ ଗଂଜାମ ବ୍ଲକର ବହୁ ପଂଚାୟତରେ ରୋଡସୋ ମାଧ୍ୟମରେ ନିଜ ପାଇଁ ଏବଂ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କ ନିମନ୍ତେ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ