ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ

ପୋଲସରା, (ଅନିଲ କୁମାର ମହାରଣା):ପବିତ୍ର ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଯାଇଛି ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା । ବିଜେଡି ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସରକାରଙ୍କ ସମସ୍ତ ଜନହିତକର ଯୋଜନା ଓ ବିକାଶକୁ ସମସ୍ତଙ୍କ ନିକଟରେ ପଦଯାତ୍ରା ମାଧ୍ୟମରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ପ୍ରକାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୋଲସରା ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଯାଇଛି । ପଦଯାତ୍ରାରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସାମିଲ ହୋଇ ଦଳୀୟ କର୍ମୀମାନଙ୍କ ସହ ପୋଲସରା ବ୍ଲକର ଲକ୍ଷ୍ମଣ ପଲ୍ଲୀ, ସୁନାରୀ ବୁଗୁଡ଼ା ଓ ମଧୂପଲ୍ଲୀ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା କରିଥିଲେ। ଗାଁ କୁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନାର ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ ବିଧାୟକ ଶ୍ରୀକାନ୍ତ ସାହୁ । ପଥପ୍ରାନ୍ତ ସଭା ମାଧ୍ୟମରେ ବିଜୁ ଜନତା ଦଳର ସକ୍ରିୟ କର୍ମୀମାନେ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଧାୟକ ଶ୍ରୀସାହୁ ପରାମର୍ଶ ଦେଇଥିଲେ। ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନଙ୍କ ସଭାପତିତ୍ୱରେ ପ୍ରତ୍ୟେକ ଗ୍ରାମରେ ସଭାର ଆୟୋଜନ କରାଯାଇଥିଲା। ବ୍ଳକ ଅଧ୍ଯକ୍ଷା କଳ୍ପନା ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଏନଏସି ଅଧ୍ଯକ୍ଷାଙ୍କ ପ୍ରତିନିଧି ଶିଶିର ବେହେରା, ବରିଷ୍ଠ ନେତା ପୀତବାସ ପ୍ରଧାନ, ସରପଞ୍ଚ ଭଗବାନ ସାହୁ, ଜିଲ୍ଲା ପରିଷଦ ମେମ୍ବର ଅଶୋକ ବିଷୋୟୀ, ବିକ୍ରମ ନାୟକ, ଓ ଝୁନୁ ଦାସ, ସଂଞ୍ଜୁକ୍ତା ବାଡତ୍ଯା, ପୂର୍ବତନ ନଗର ପାଳ ପ୍ରଫୁଲ୍ଲ ପ୍ରଧାନ, ଯୁବ ବିଜେଡି ସଭାପତି ସୁଶାନ୍ତ କୁମାର ପୋଲାଇ, ବିଜୟ ସ୍ବାଇଁ, ବସନ୍ତ କରଣ, ମହିଳା ସଭାନେତ୍ରୀ କନକ ରାଉତ, ନଗର ବିଜେଡି ସଭାପତି ରଞ୍ଜିତ ସାହୁ, ବିଧାୟକ ପ୍ରତିନିଧି ସୁକାନ୍ତ ଭୂୟାଁ, ରଞ୍ଜନ ସାହୁ, ପାଣ ନାୟକ, ପ୍ରତାପ ପ୍ରଧାନ, ସୁଜିତ ବିଷୋୟୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର ସମେତ ବହୁ ଦଳୀୟ ନେତା କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ