ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର ପାଇଁ ପ୍ରସ୍ତୁତି ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ଆସନ୍ତା ନଭେମ୍ବର ୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର ପାଇଁ ରବିବାର ଦିନ ଏକ ପ୍ରସ୍ତୁତି ବୈଠକ ପୋଲସରା କୋଣାର୍କ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ବ୍ଲକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆସନ୍ତା ୮ ତାରିଖ ଦିନ ଲୁଣିଘାଟି ପଡ଼ିଆରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏଥିରେ ବିଜୁ ଜବତ ଦଳର ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଯୋଗଦେଇ ବିଜେଡି, ମହିଳା ବିଜେଡି, ଯୁବ ବିଜେଡି ଓ ଛାତ୍ର ବିଜେଡି କର୍ମକର୍ତ୍ତା ଏବଂ ତୃଣମୂଳ ସ୍ତରର ବଛା ବଛା ସକ୍ରିୟ କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିବେ। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା ଜନସାଧାରଣଙ୍କ ନିକଟରେ କିପରି ପହଞ୍ଚି ପାରିବ ସେଥିପାଇଁ ପ୍ରଶିକ୍ଷଣ ଦେବେ ବୋଲି ଅନୁମାନ କରାଯାଉଛି। ଆଜିର ପ୍ରସ୍ତୁତି ବୈଠକରେ କେଉଁମାନେ ତାଲିମ ଶିବିରରେ ଯୋଗଦେବେ ସ୍ଥିର କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ପୋଲସରା ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ଭଗବାନ ସାହୁ, ଦୁର୍ଯ୍ୟୋଧନ ସାହୁ, ମୋତିରାମ ସାହୁ, ବିଜୟ ସ୍ୱାଇଁ, ରାଜେନ୍ଦ୍ର ପ୍ରଧାନ, ରଞ୍ଜନ ସାହୁ, ସୁକାନ୍ତି ସାହୁ, ଲିଲି ସାହୁ, କନକ ରାଉତ, ସୁଶାନ୍ତ କୁମାର ପୋଲାଇ, ପୀତବାସ ପ୍ରଧାନ, ଘନଶ୍ୟାମ ଦାସ, ସୁଜିତ ବିଷୋୟୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର, ଓ ସକ୍ରିୟ କର୍ମୀ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ