ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର ପାଇଁ ପ୍ରସ୍ତୁତି ବୈଠକ

ବୁଗୁଡା, (ସ୍ୱରୂପ ସୁମନ ମହାରଣା) : ଆସନ୍ତା ନଭେମ୍ବର ୯ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର ପାଇଁ ରବିବାର ଦିନ ଏକ ପ୍ରସ୍ତୁତି ବୈଠକ ଶ୍ରୀ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପରେ ନଭେମ୍ବର ୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆସନ୍ତା ୯ ତାରିଖ ଦିନ ବୁଗୁଡା ଶ୍ରୀ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏଥିରେ ବିଜୁ ଜବତ ଦଳର ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଯୋଗଦେଇ ବିଜେଡି, ମହିଳା ବିଜେଡି, ଯୁବ ବିଜେଡି ଓ ଛାତ୍ର ବିଜେଡି କର୍ମକର୍ତ୍ତା ଏବଂ ତୃଣମୂଳ ସ୍ତରର ବଛା ବଛା ସକ୍ରିୟ କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିବେ। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା ଜନସାଧାରଣଙ୍କ ନିକଟରେ କିପରି ପହଞ୍ଚି ପାରିବ ସେଥିପାଇଁ ପ୍ରଶିକ୍ଷଣ ଦେବେ ବୋଲି ଅନୁମାନ କରାଯାଉଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେ.ତ୍ରିଲୋଚନ ଦୋରା, ସୁଧାଂଶୁ ଶେଖର ପାଢ଼ୀ, ଗଙ୍ଗାପାଣି ଜେନା, କବିରାଜ ଗୌଡ଼, ମାନସ ରଞ୍ଜନ ପ୍ରଧାନ, ଚିତ୍ରସେନ ପ୍ରାଧାନ, କେ.ନୀଳମାଧବ ଆଚାରୀ, ଟୁକୁନା ସ୍ବାଇଁ, କିଶୋର ଚନ୍ଦ୍ର ବେହେରା, ମନ୍ଦାକିନୀ ସାହୁ, ଜ୍ୟୋତ୍ସ୍ନାମୟୀ ଗୌଡ଼, ଭାଗ୍ଯଲତା ବିଷୋୟୀ, ବସନ୍ତ ଦଳେଇ, ମନୋରଞ୍ଜନ ଦାସ, ଜିତେନ୍ଦ୍ର ନାୟକ, ସୁଶାନ୍ତ ଆପଟ, ଦିଲ୍ଲେଶ୍ବର ପାତ୍ର, ବିଚିତ୍ର ପାଣିଗ୍ରାହୀ, ହରିହର ବିଷୋୟୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର, ଓ ସକ୍ରିୟ କର୍ମୀ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ