ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ସାର୍ବଜନୀନ ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ କ. ନୂଆଗାଁ ବ୍ଲକ ମହାସିଙ୍ଗ ଗ୍ରାମ ପଞ୍ଚାୟତ ଠାରେ ବିଜୁ ଜନତା ଦଳର ସାର୍ବଜନୀନ ବୈଠକ ଅନୁଷ୍ଠିତ ହୋଇଥିଲା । କନ୍ଧମାଳ ବାସୀଙ୍କ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬୫୭ କୋଟି ୫୭ ଲକ୍ଷ ୪ ହଜାର ଟଙ୍କାର ଦୁଇ ଗୋଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମଞ୍ଜୁର କରିଛନ୍ତି । ମହାସିଙ୍ଗ ଗ୍ରାମ ପଞ୍ଚାୟତ ମଧ୍ୟ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ ତେଣୁ ବିଜୁ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କୃଷ୍ଣ ମୋହନ ପାଣିଗ୍ରାହୀ ରାଜ୍ୟ ପରିଷଦ ସଦସ୍ୟ, ସହଦେବ ପାତ୍ର କ.ନୂଆଗା ବିଜୁ ଜନତା ଦଳ ଉପ ସଭାପତି, ସୁଲୋଚନା ଦଳବେହେରା, ଅନିତା ମଲିକ ନାରୀ ନେତ୍ରୀ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବବ୍ରତ ବିଷୋୟୀ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଙ୍କ ଦ୍ଵାରା ମେଗା ପାନୀୟ ପ୍ରକଳ୍ପ କ.ନୂଆଗାଁ ବ୍ଲକ ମହାସିଙ୍ଗ ପଞ୍ଚାୟତ କୁ ଦେଇଥିବା ରୁ ଅଞ୍ଚଳ ବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ