ବିଜୁ ଜନତା ଦଳର ମିଶ୍ରଣ ପର୍ବ

ନାଉଗାଁ ବ୍ଳକ ବିଜୁ ଜନତା ଦଳ ତରଫରୁ ଶାଳିଜଙ୍ଗାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ସୁଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ମିଶ୍ରଣ ପର୍ବରେ ଶିଖର ପଂଚାୟତସ୍ଥିତ ଶାଳିଜଙ୍ଗା ଗ୍ରାମର କଂଗ୍ରେସ ଦଳରୁ ୨୫ରୁ ଉଦ୍ଧ୍ୱର୍ ପରିବାର ବିଜେଡି ଦଳରେ ଯୋଗ ଦେଇଥିଲେ । ଦଳର ଜିଲ୍ଲା ଯୁବ ସଭାପତି ଅମରେନ୍ଦ୍ର ଦାସ,ମିନତୀ ଦାସ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ,ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା,ପ୍ରଭୁ ଚରଣ ଦାସ ଆଦି ଦଳରେ ନୂତନ ଭାବେ ଯୋଗ ଦେଇ ଥିବା ସଦସ୍ୟଙ୍କୁ ଫୁଲମାଳ ଦେଇ ସ୍ୱାଗତ ଜଣାଇଥିଲେ । ଦଳରେ ଯୋଗ ଦେଇଥିବା ନୂତନ ସଦସ୍ୟଙ୍କ ମଧ୍ୟରେ ମଦନ ମଳିକ,ସୁକାନ୍ତ ମଳିକ,ଆରତ ମଳିକ,କୈଳାସ କାଣ୍ଡି,ରକି କାଣ୍ଡି,ଝାଟୁ ସେଠୀଙ୍କ ସମେତ ଅନ୍ୟମାନେ ନବିନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ପ୍ରତି ଆକୃଷ୍ଟ ହୋଇ ଦଳରେ ମିଶିଥିବା ପ୍ରକାଶ କରିଛନ୍ତି ।ଏହି କାର୍ଯ୍ୟକ୍ରମକୁ ଯୁବନେତା ନିଳମଣୀ ମହାପାତ୍ର,ବାବାଜୀ ମହାପାତ୍ର,କୈଳାସ ରାଉତ,ରଂଜିତ ମୁଦୁଲି,କୁଳମଣୀ ମହାପାତ୍ର,କବିର ଲେଙ୍କା,କୈଳାସ ନୟକଙ୍କ ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ