ବିଜୁ ଜନତା ଦଳ ଜନସମ୍ପର୍କ ପଦଯାତ୍ରା ଉଦଯାପିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଜାରିରହିଥିବା ବେଳେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରଞ୍ଜିଆ ବ୍ଲକ କୁଳିପଶି ଗ୍ରାମପଞ୍ଚାୟତ ରେ ଜନସଂପର୍କ ପଦଯାତ୍ରା ଉଦଯାପିତ ହୋଇଯାଇଛି କରଞ୍ଜିଆ ବ୍ଲକ ସଭାପତି ସତ୍ୟରଞ୍ଜନ ମହାନ୍ତ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ପଦଯାତ୍ରା ରେ ସ୍ଥାନୀୟ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାର୍ଣ୍ଡି,କରଞ୍ଜିଆ ବିଜେଡି ପର୍ଯ୍ୟବେକ୍ଷକ ଦେବପ୍ରିୟ ପାତ୍ର,ଜିଲ୍ଲାପରିଷଦ ସଭ୍ୟା ଜ୍ୟୋସ୍ନାରାଣୀ ନାଏକ, ଜିଲ୍ଲା ଛାତ୍ର ସଭାପତି ଅନିଶ ମାନ୍ନା,ପ୍ରହ୍ଲାଦ ମଢେଇ ପ୍ରମୁଖ ଙ୍କ ସହିତ ଶହ ଶହ ମହିଳା ଓ ପୁରୁଷ, କାର୍ଯ୍ୟକର୍ତା ସାମିଲ ହୋଇଥିଲେ ପଦଯାତ୍ରା ପରେ କଲେଜ ପରିସରରେ ସାଧାରଣ ସଭାରେ କରିଥିଲେ। ଏହି ଜନସମ୍ପର୍କ ପଦ ଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମକୁ ଦଳର ଯୁବ ଓ ଛାତ୍ର ମୋର୍ଚ୍ଚାର ନେତୃମଣ୍ଡଳୀ ଚିକୁ ଭୁଜବଳ, ଭିକିଅଲ୍ଲୀ ,ଟୁକୁ ମହାନ୍ତ,ପରିଚାଳନା କରିଥିବା ବେଳେ ନିର୍ବାଚନ ମଣ୍ଡଳୀର ବହୁ କର୍ମୀ ଅଂଶଗ୍ରହଣ କରିଥିଲେ। ଏହି ଜନସମ୍ପର୍କ ପଦଯାତ୍ରା ସମଗ୍ର ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ବିଭିନ୍ନ ଲୋକହିତକର କାର୍ଯ୍ୟ ସାଧାରଣ ଜନତାଙ୍କ ପାଖରେ ପହଞ୍ଚୁଛି କି ନାହିଁ ସେ ବିଷୟରେ ଅନୁଧ୍ୟାନ କରିବା ସହ ଯେପରି କୈାଣସି ଲୋକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକହିତକର କାର୍ଯ୍ୟରୁ ବଞ୍ଚିତ ନହୁଅନ୍ତି ସେ ବିଷୟରେ ଧ୍ୟାନ ଦେଵା ଉଦ୍ଦେଶ୍ୟରେ ଦଳ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଏହାର ଏକମାତ୍ର ଉଦ୍ଦେଶ୍ୟ ବୋଲି ଜଣାପଡିଛି।