ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା ଭଞ୍ଜନଗର ୫୦ ନମ୍ବର ଜୋନ୍ର ସାନକୋଦଣ୍ଡା ପଞ୍ଚାୟତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ସରକାରଙ୍କ ଜନମଙ୍ଗଳ ଓ ଲୋକ ହୀତକର ଯୋଜନା ଲୋକଙ୍କ ଠାରେ ପହଞ୍ଚାଇବା ପାଇଁ ଏଭଳି ପଦଯାତ୍ରା ବୋଲି କହିଥିଲେ। ଭଞ୍ଜନଗର ବ୍ଳକ୍ର ୨୨ ଟି ପଞ୍ଚାୟତର ୮୮ ଟି ଗ୍ରାମକୁ ମେଗା ପାନୀୟ ଜଳ ଯୋଜନାରେ ସାମିଲ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଙ୍ଗଠକ ରାଜ କୁମାର ସାହୁ,ଜିଲ୍ଲା ପରିଷଦ ସଦସ୍ୟା ଶୌଳବାଳା ବିଷୋୟୀ,ବ୍ଳକ୍ ଅଧ୍ୟକ୍ଷ ନରୀସଭା ନାୟକ,ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ,ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଯୁବ ବିଜେଡ଼ି ସଭାପତି ସୁଧୀର ରଞ୍ଜନ ବେହେରା, ସାଂସଦ ପ୍ରତିନିଧି ଦିବାକର ନାୟକ, ପଞ୍ଚାନନ ପାଳ,ସମିତିସଭ୍ୟା ନମିତା ନାୟକ,ଜିତେନ୍ଦ୍ର କେଶରୀ ଆରୁଖ,ଦେବଦତ୍ତ ପ୍ରଧାନ ଶୂଳପାଣୀ ଶତପଥୀ,ଜଗବନ୍ଧୁ ଜେନାଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।