ବିଜୁ ଜନତା ଦଳ ପକ୍ଷରୁ ଜୀବନ୍ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର,(ନୃପଲାଲ ଦେବ ): ଆଜି କୁଚିଣ୍ଡା ଏନଏସି ୱାର୍ଡ ନଂ ୪ ରେ କୁଚିଣ୍ଡା ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ତଥା ଅଜିତ୍ ମହାପାତ୍ରଙ୍କ ସଂଯୋଜନାରେ ଜୀବନ୍ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୋଟ୍ ୧୬ ଜଣ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ l କାର୍ଯ୍ୟକ୍ରମରେ କୁଚିଣ୍ଡା ଟାଉନ୍ ସଭାପତି ସଞ୍ଜୟ ବେହେରା, ବ୍ଲକ୍ ସଭାପତି ଅମୂଲ୍ୟ ମିଶ୍ର, ଛାତ୍ର ସଭାପତି ଅଭିଳାଷ ଅଗ୍ରୱାଲ, ବରିଷ୍ଠ ନାଗରିକ ନବୀନ୍ ସାହୁ, ପ୍ରଶାନ୍ତ ସାହୁ, ବିଜୁ ସାହୁ, ବୁଲୁ ମହାନ୍ତି ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l କୁଚିଣ୍ଡା ଡାକ୍ତରଖାନା ଟେକ୍ନିସିଆଁନ୍ ପ୍ରମୋଦ ପଟେଲ ରକ୍ତ ସଂଗ୍ରହ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ