ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଦିବସ ପାଳନ
ଛତ୍ରପୁର : ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉତ୍ସବ ପଲ୍ଲୀରୁ ସହର ସବୁଠି ପାଳିତ ହୋଇଯାଇଛି । ଆଜିର ଦିବସଟିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଂଚାୟତରାଜ ଦିବସ ରୂପେ ପାଳିତ କରାଯାଉଛି । ଏହି ଅବସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ୍ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୃର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁ ବାବୁଙ୍କ ଗୁଣଗାନ କରିଥଲେ । ଏଥିରେ ରାଜ୍ୟକୃଷି ବିପଣନ ନିଗମର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍. ଧନଜଂୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ଜିଲ୍ଲା ବିଜେଡ଼ି ସମ୍ପାଦକ ମନୋଜ କୁମାର ପାଢୀ, ଛତ୍ରପୁର ବ୍ଲକ୍ ମହିଳା ବିଜେଡି ସଭାନେତ୍ରୀ ନମିତା ମହାରଣା, ନାରୀ ନେତ୍ରୀ ସୁବର୍ଣ୍ଣମାଳା ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟ ଏସ୍. କିଶୋର ରେଡ୍ଡି, ଓ ପ୍ରମୋଦ କୁମାର ପ୍ରଧାନ, ସରପଂଚ ଟି. ନରସିଂହ ରେଡ୍ଡି, ଶରତ ଖୁଂଟିଆ, ସମିତି ସଭ୍ୟ ରଶ୍ମିତା ବେହେରା, ସରକାରୀ ଓକିଲ ଭୈରବ କୁମାର ପଟ୍ଟନାୟକ, ଡ଼ମିନାଥ ସାହୁ, ସୁରେଶ ପଣ୍ଡା, ପ୍ରଦୀପ ପାତ୍ର ପୂର୍ବତନ ବିଜେଡି ବ୍ଲକ୍ ସଭାପତି ପ୍ରବାସୀ ପ୍ରଧାନ, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ରବିନ୍ଦ୍ରନାଥ ପଣ୍ଡା, ଜି. ଦିଲେଶ୍ୱର ରେଡ୍ଡି, କଣମଣା ସରପଂଚ ଏସ୍. ଚକ୍ରପାଣି ରେଡ୍ଡି, ପୂର୍ବତନ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା , ପୂର୍ବତନ ଗଂଜାମ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ ଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ବିଜେଡ଼ି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।