ବିଜୁ ଜନତା ଦଳ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଓଡିଶାର ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ନିମନ୍ତେ ଗୋପାଳପୁର ବିଜୁ ଜନତା ଦଳ ପକ୍ଷରୁ କନିଷି ସ୍ଥିତ ସିଦ୍ଧ ଭୈରବ ବି ।ନ ମହାବିଦ୍ୟାଳୟ ପରିସରରେ ଜୀବନ ବିନ୍ଦୁ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ବିଜେଡି ଜିଲ୍ଳା ସଭାପତି ପ୍ରଦୀପ କୁମାର ପାଣିଗ୍ରାହି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥି ସମେତ ଉକ୍ତ ରକ୍ତ ଦାନ ଶିବିରରେ କେଲୁଆପୋଲ୍ଲୀ ,ସରପଂଚ ତଥା ବ୍ଲକ ବିଜେଡି ମହଳା ନେତ୍ରୀ ବିଷ୍ଣୁ ପ୍ରିୟା ନାୟକ , ବିଜେଡି ଉପସଭାପତି ମିଟୁ ଜେନା , ଅରୁଣ କୁମାରଙ୍କ ସମେତ ବହୁ କର୍ମକତ୍ତା ରକ୍ତ ଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ