ବିଜୁ ଜନତା ଦଳ ପକ୍ଷରୁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକ ଙ୍କ ୧୦୭ତମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ କରଞ୍ଜିଆ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ଆନ୍ତର୍ଜାତୀୟ ମହିଳା ଦିବସ ମଧ୍ୟ କିପରି ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ର ସମୟ ନିର୍ଦ୍ଧାରଣ କରାଯାଇଥିଲା। ଏହି ଅବସରରେ ପ୍ରାତଃ ୬ ଘଟିକା ସମୟରେ ପ୍ରଭାତ ଫେରି,ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ,୭ ଘଟିକା ସମୟରେ ଉପଖଣ୍ଡ ଚିକିତ୍ସାଳୟ ରେ ଫଳ ବଣ୍ଟନ, ସକାଳ ୮ ଘଟିକା ସମୟରେ ବିଜୁ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ବାମନାଶାଳ ନିକଟରୁ ସାଇକେଲ ଶୋଭାଯାତ୍ରା ବଜାର ପରିକ୍ରମା , ଅପରାହ୍ନ ୪ ଘଟିକା ସମୟ ରେ ନିର୍ବାଚନ ମଣ୍ଡଳୀର ସମସ୍ତ ନିର୍ବାଚିତ ପ୍ରତିନିଧି ମିଳିତ ହୋଇ ଏକ ସାଧାରଣ ସଭା ଏବଂ ଲୋକସେବାକୁ ଏକ ମୋହନୀୟ ବ୍ରତ ଭାବରେ ଗ୍ରହଣ କରି ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନବୀନ ଓଡ଼ିଶା ଗଠନ ନିମନ୍ତେ ଉପସ୍ଥିତ ସଦସ୍ୟମାନଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା। ଏହାଛଡା ବିଜୁ ବାବୁଙ୍କ ସହକର୍ମୀ, ସହଯୋଗୀ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବାରେ ନିଜକୁ ଉତ୍ସର୍ଗ କରିଥିବା ବର୍ଷିୟାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ପାଇଁ ପ୍ରସ୍ତାବ ସ୍ଥିର କରାଯାଇଥିଲା। ମାର୍ଚ୍ଚ ମାସ ୫-୨୫ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀ ସ୍ତରରେ ସମୃଦ୍ଧ ସଶକ୍ତ ଓ ସ୍ୱାଭିମାନୀ ନବୀନ ଓଡ଼ିଶା ଗଠନ ଉପରେ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ବିଜୁ ଯୁବ ଓ ଛାତ୍ର ଜନତା ଦଳ ଦ୍ୱାରା ଆୟୋଜିତ ହେବାକୁ ଥିବାବେଳେ ବିଜୁ ଜନତା ଦଳ କର୍ମୀ ଓ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିବେ ବୋଲି ସ୍ଥିର କରାଯାଇଥିଲା। ଏହା ସହ ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ୯-୧୭ ତାରିଖ ମଧ୍ୟରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ମହିଳା ସମାବେଶ ଆୟୋଜନ କରାଯାଇ ମହିଳାଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅବଦାନ ଏବଂ ଦଳର ବିଭିନ୍ନ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବାକୁ ସ୍ଥିର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜୁ ସେତୁ ଯୋଜନା ଓ ଏସସିବି ମେଡିକାଲ ଉପଦେଷ୍ଟା ତଥା ରାଜ୍ୟ ବିଜେଡ଼ି ସମ୍ପାଦକ ଦିଲ୍ଲୀପ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକ ରେ ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି,କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି,ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାର୍ଣ୍ଡି,ଜିଲ୍ଲା ଉପସଭାପତି ସନ୍ତୋଷ କୁମାର ମହାନ୍ତ, ଏନଏସି ଉପାଧ୍ୟକ୍ଷ ସ୍ଵରୁପ କୁମାର ପରିଜା, କରଞ୍ଜିଆ ବ୍ଲକ ଉପାଧ୍ୟକ୍ଷ ଛତିଶ ଚନ୍ଦ୍ର ମହାନ୍ତ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ରୋହିତ କୁମାର ପୃଷ୍ଟି,ଜିଲ୍ଲା ସମ୍ପାଦକ ମହେଶ୍ୱର ନାୟକ,କରଞ୍ଜିଆ ବ୍ଲକ ସଭାପତି ସତ୍ୟରଞ୍ଜନ ମହାନ୍ତ, ଯୁବ ସଭାପତି ବିକି ଅଲ୍ଲୀ, ଛାତ୍ର ସଭାପତି କମଳ କୃଷ୍ଣ ମହାନ୍ତ,ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ପ୍ରମୋଦ କୁମାର ନାୟକ,ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ଅନିଶ ମାନ୍ନା,ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋସ୍ନା ରାଣୀ ନାଏକ, ବିଣାପାଣି ନାଏକ ଙ୍କ ସହିତ ଅନ୍ୟ କାର୍ଯ୍ୟକର୍ତା ଓ କର୍ମୀ ଉପସ୍ଥିତ ଥିଲେ