ବିଜୁ ଜନତା ଦଳ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ତରଫରୁ “ଜନ ସମ୍ପର୍କ ପଦଯାତ୍ରା” ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ବିଜୁ ଜନତା ଦଳ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ତରଫରୁ ସହର ଉପକଣ୍ଠସ୍ଥ ସିନେମା ଛକରେ ଥିବା ସହିଦ ପାର୍କ ସମ୍ମୁଖରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା।ଏହା ପୂର୍ବରୁ ସମସ୍ତେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ବାଲେଶ୍ବର ସଦରର ପୂର୍ବତନ ବିଧାୟକ ସ୍ବରୂପ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବିଜେପି ସରକାରର ବିଫଳତା ଏବଂ ନବୀନ ବାବୁଙ୍କ ଜନ ହିତକର ଯୋଜନାର ନାମକୁ ବଦଳାଇ କିପରି ବର୍ତ୍ତମାନର ସରକାର ବାହା ବାହା ନେଉଛି ସେକଥାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀଯୁକ୍ତ ଦାସ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଏହି ତିନି ମାସରେ ଜନସାଧାରଣ ଜାଣିସାରିଲେଣି ଏ ବିଜେପି ସରକାର କଣ ଏବଂ ପୂର୍ବର ବିଜେଡି ସରକାର କଣ।ଏହି କଥାକୁ ଘରକୁ ଘର ପହଞ୍ଚାଇବା ପାଇଁ ସମସ୍ତ କର୍ମୀ ଏକ ମନରେ କାର୍ଯ୍ୟ କରିବା ଦରକାର।ସାଂସଦ ପାର୍ଥିନୀ ତଥା ବିଜେଡି ନେତ୍ରୀ ଡ଼ ଲେଖାଶ୍ରୀ ସାମନ୍ତସିହାଂର ଯୋଗଦେଇ ବିଜେପି ଦଳ କିପରି ଜନତାଙ୍କୁ ମିଛ କହି ଭୋଟ ହାତେଇଛି ସେ କଥାକୁ ଆମେ ସମସ୍ତଙ୍କୁ ଜଣାଇବା ସହ ନବୀନ ବାବୁଙ୍କ ବିକାଶ କଥା ଜଣାଇବା।ଏହି ଅବସରରେ ଫାଣ୍ଡି ଛକ ଏବଂ ଡିଆଇସି ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସହ ସହରରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରଂଜନ ବାଗ,ମୁନିସିପାଲିଟିର ଉପାଧ୍ୟକ୍ଷ କୈଳାସ ସେଠୀ,ପୂର୍ବତନ ଉପ ନଗରପାଳ ମନୋଜ ରାଉତ, ଜିଲ୍ଲା ପରିଷଦ ସଭ୍ୟା ସୋନାଲି ବିଶ୍ବାଳ,ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା, ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଧିରେନ ନାୟକ,ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ବିଭୁଦତ୍ତ ପରିଡା,କାଉସିଲର ମିତା ପଟ୍ଟନାୟକ,ମିରାଜ ବାନୋ,ଶଶିରେଖା ମହାନ୍ତି,ସେକ ଆୟୁବ,କାର୍ତିକ ସାହୁ,ପୂର୍ବତନ କାଉନସିଲର ସାକିର ଖାନ,ଧନଞ୍ଜୟ ଜେନା,ସଂଜୟ ବେହେରା,ନଳିନୀକାନ୍ତ ଦାସ,ରିତିକ ଜୀ,ଅଶୋକ ଆଢ୍ୟ,ଜଗନ୍ନାଥ ମହାରଣା,ଅଶୋକ ଦାସ,ସୁନିଆ ମୃମୁ,ରାଜଲକ୍ଷ୍ମୀ ଚଟାର୍ଜୀ,ରଂଜିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଆଗାମୀ ଦିନରେ ଏହି ପଦଯାତ୍ରା ମୁନିସିପାଲିଟି ସମେତ ବ୍ଲକର ପଞ୍ଚାୟତ ସ୍ଥରରେ ହେବ ବୋଲି ପୂର୍ବତନ ବିଧାୟକ ସ୍ବରୂପ ଦାସ କହିଥିଲେ।


