ବିଜୁ ଜନତା ଦଳ ର କାଳୀପଲ୍ଲୀ ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା

ଛତ୍ରପୁର, (ଦେବଦତ୍ତ ମହାରଣା):ବିଜେଡି ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଚାଲିଛି । ଏ ନେଇ ମଙ୍ଗଳବାର ୨୦ନଂ ଜିଲ୍ଲାପରିଷଦ ଜୋନ ଅନ୍ତର୍ଗତ କାଳୀପଲ୍ଲୀ ପଂଚାୟତରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତାକୁ ଘରେ ଘରେ ପହଂଚାଇବା ସହିତ ଜନ କଲ୍ୟାଣ କାରୀ ଯୋଜନ ଗୁଡିକ ସମ୍ପର୍କ ରେ ଲୋକଙ୍କୁ ସଚେତନତା କରିଛନ୍ତି । । ଏହି ପଦଯାତ୍ରାରେ ୨୦ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, କାଳୀପଲ୍ଲୀ ସରପଞ୍ଚ ବି. ଲକ୍ଷ୍ମୀ ପାତ୍ର, ସମିତି ସଭ୍ୟ ବିକାଶ କୁମାର ବେହେରା, ଯୁବ ନେତା ବି. ଚନ୍ଦ୍ର ମଣି ପାତ୍ର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ,ଛତ୍ରପୁର ଏନଏସି ର କାଉନସିଲର ଦେବାଶିଷ ମିଶ୍ର, ଯୁବ ବିଜେଡି ଜିଲ୍ଲା ଉପସଭାପତି ଅକ୍ଷୟ ସ୍ୱାଇଁ, ଜିଲ୍ଲା ସମ୍ପାଦକ ରାଜେଶ ମହାରଣା ଯୁବବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ , ଉପସଭାପତି କାହ୍ନୁ ଚରଣ ବେହେରା, ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ର ସମ୍ପାଦକ ଏଲ. ଗୋପାଳ ରାଓ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ଡମିନାଥ ସାହୁ, କାଳୀପ୍ରସାଦ ଦାଶ ଓ କୃଷ୍ଣ ବେହେରା, ଆଇନଜୀବି ଟି. ମୋହନ ରେଡ୍ଡୀ ଓ ପ୍ରଶାନ୍ତ ମହାନ୍ତି,ଯୁବ ବିଜେଡି ନେତା ଅଭିରାମ ପ୍ରଧାନ, ଟିକିନା ଗୈାଡ, ୱାର୍ଡ ମେମ୍ବର ମୁନି ସେଠି, ଶଙ୍କୁନ୍ତଳା ସୁବୁଦ୍ଧି, ସିଏଚ. ପୋତେୟାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ