ବିଜୁ ଜୟନ୍ତୀରେ ବିଶାଳ ସାଇକେଲ ରାଲି

କଟକ, (ଦୀପକ୍ କୁମାର ବେଉରା):ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜନ୍ମଦିନ। ୧୯୧୬ ମସିହା ମାର୍ଚ୍ଚ ପାଞ୍ଚ ତାରିଖ ଆଜିର ଦିନରେ କଟକରେ ଜନ୍ମ ନେଇଥିଲେ ଜନନାୟକ ବିଜୁ ପଟ୍ଟନାୟକ। ସେହି ମହାନ ବ୍ୟକ୍ତିତ୍ତ୍ୱଙ୍କ ପାଇଁ ଆଜି ସାରା ରାଜ୍ୟରେ ପାଳିତ ହେଉଛି ବିଭିନ୍ନ କାର୍ଯ୍ୟ କ୍ରମ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଜି ସକାଳୁ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। କଟକରେ ମଧ୍ୟ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ସକାଳୁ ଏକ ବିଶାଳ ସାଇକେଲ ରାଲି ଭୁବନେଶ୍ୱର ଅଭିମୁଖେ ବାହାରିଛି। ରାଜନୈତିକ ନେତୃବୃନ୍ଦ ସହିତ ଯୁବକ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ରାଳିରେ ଯୋଗଦାନ କରିଛନ୍ତି। ବିଜୁଙ୍କ ନାରାରେ ପ୍ରକମ୍ପିତ ହୋଇଛି କଟକରୁ ଭୁବନେଶ୍ୱର।ରାସ୍ତାରେ ଗଡିଲା ହଜାର ହଜାର ସାଇକେଲ୍। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ତୁଳସୀପୁରସ୍ଥିତ ଆନନ୍ଦଭବନରୁ ଭୁବନେଶ୍ୱର। ବିଶିଷ୍ଟ ରାଜନୈତିଗଂ ତଥା ଜନତା ଦଳର ପ୍ରତିଷ୍ଠାତା, ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୫ ତମ ଜନ୍ମଜୟନ୍ତୀରେ ନେତା,କର୍ମୀ ଏକାଠି ହୋଇଥିଲେ ଆନନ୍ଦ ଭବନରେ। ଆନନ୍ଦଭବନରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ନେତା,ବିଧାୟକ ଓ ଓ ବିଜୁପ୍ରେମୀ। ପରେ ଆରମ୍ଭ ହୋଇଥିଲା ସାଇକେଲ ର୍ୟାଲି। ଆନନ୍ଦଭବନରୁ ବାହାରି ସିଧାସଳଖ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ଅଭିମୁଖେ ଯାତ୍ରା କରିଥିଲା। ବିଜୁବାବୁଙ୍କ ଜନ୍ମଦିବସରେ ପ୍ରତି ଛକମାନଙ୍କରେ ବିଜୁପ୍ରେମୀଙ୍କ ପକ୍ଷରୁ ରାଲିକୁ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଉଥିଲା। କାର୍ଯ୍ୟକ୍ରମରେ ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ବାଙ୍କୀ ବିଧାୟକ ଦେବୀରଞନ ତ୍ରିପାଠୀ,ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ୱାଳ, ବିଧାୟକ ପ୍ରଣବ ପ୍ରକାଶ ଦାସ,ମନ୍ତ୍ରୀ ଦିବ୍ୟଶଙ୍ଖର ମିଶ୍ର,ବିଧାୟକ ପ୍ରିତୀରଞନ ଘଡେଇ,ସୁବାଷ ସିଂ,ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଛାତ୍ର ସଭାପତି ବ୍ୟୋମକେଶ ରାୟ ପ୍ରମୁଖ ଉପସ୍ଥିତ ରହି ସାଇକେଲଥନ୍ ସାମିଲ ହୋଇଥିଲେ। ପ୍ରତ୍ୟେକ ଯୁବକମାନଙ୍କ ପାଇଁ ବିଜୁବାବୁ ଥିଲେ ପ୍ରେରଣାର ଉତ୍ସ। ତେଣୁ ଆଜିର ଦିନରେ ବିଜୁବାବୁଙ୍କ ଆଦର୍ଶ କୁ ଅନୁକରଣ କରି ଆଗାମୀ ଓଡ଼ିଶାର ଗଠନ କରିବା ଧାରା ଜାରି ରହିବ ବୋଲି କହିଛନ୍ତି ବିଜେଡି ବିଧାୟକ ତଥା ଛାତ୍ର ସଭାପତି ବ୍ୟୋମକେଶ ରାୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ