ବିଜୁ ଜୟନ୍ତୀ ଅବସରରେ ସାଇକେଲ ଶୋଭାଯାତ୍ରା
କଳାହାଣ୍ଡି, (ଓ୍ବାଇଏନ୍ଏସ୍):ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୧୦୫ ଜନ୍ମ ଜୟନ୍ତୀ ଆବସର ରେ ଯୁବ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଭବାନୀପାଟଣା ଠାରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଶତାଧିକ ଯୁବ ଛାତ୍ର କର୍ମୀ ସାଇକେଲ ଶୋଭାଯାତ୍ରା ମାଧ୍ୟମ ରେ କରୋନା ସହ ଲଢେଇ ପାଇଁ ସଚେତନତା ତଥା ଫିଟ ଓଡିଶା ର ବାର୍ତା ନେଇ ସହର ପରିକ୍ରମା କରିଥିଲେ । ବିଶେଷ କରି ମାସ୍ଲ ପରିଧାନ, ସାଇକେଲ ବ୍ୟବହାର ତଥା ଯୁବ ସମାଜ ଫିଟ ରହୁ ବାର୍ତା ର ବିଭିନ୍ନ ପ୍ଲାକାର୍ଡ ସହ ପରିବେଶ ସୁରକ୍ଷା ରେ ଯୁବ ସମାଜ ସାମିଲ ପାଇଁ ଏହି ଅବସର ରେ ଆହ୍ୱାନ କରାଯାଇଥିଲା । ଏହି ଅବସର ରେ ଜିଲ୍ଲା ର ନିରନ୍ତର ବିକାଶ ରେ ବିଜୁ ଜନତା ଦଳ ପ୍ରତିଶ୍ରୃତିବଦ୍ଦ । ଏବଂ ଜିଲ୍ଲା ର ମେଡିକାଲ କଲେଜ ପ୍ରତିଷ୍ଠା ମୁଖ୍ୟମନ୍ôୀ ଙ୍କ ଡ୍ରିମ ପ୍ରୋଜେକ୍ଟ ଏଣୁ ଏହାକୁ ସଂପୁର୍ଣ କରିବାକୁ ଜିଲ୍ଲାବାସୀ ଭରଷା ରଖନ୍ତୁ ବୋଲି ଲୋକଙ୍କୁ ବାର୍ତା ଦିଆଯାଇଥିଲା । ଏହି ଅବସର ରେ ଆୟୋଜିତ ସଭା ରେ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଶିକ୍ଷାବିତ କାଳୀ ପ୍ରସାଦ ପଟ୍ଟନାୟକ , ବିଶିଷ୍ଟ ଶିଶୁ ଡାକ୍ତର ପଲାଉ ପ୍ରଧାନ, ସାମ୍ବାଦିକ ମହମ୍ମଦ ଅସଲମ , ସମାଜସେବୀ ହରିହର ଡାକୁଆ ୪ ଜଣଙ୍କୁ ସମ୍ବର୍ଦ୍ଦତ କରାଯାଇଥିଲା । ଏହି ଅଯୋଜନ ଶ୍ରେୟ ରାଜୀବ ଲୋଚନ ଶତପତି ଉପରେ ଜିଲ୍ଲା ସଭାପତି ପୁଷ୍ପେନ୍ଦୁ ସିଂଦେଓ କହିଲେ


