ବିଜୁ ଜୟନ୍ତୀ ପାଳନ ନିମନ୍ତେ ବିଜୁ ଯୁବ ଜନତା ଦଳର ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରୁ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଶନିବାର ବିଜୁ ଯୁବ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଛି। ଏହି ବୈଠକ ଯୁବ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ କରାଯାଇଥିଲା। ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନେ ଉପସ୍ଥିତ ହୋଇ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ। ଏଥିରେ ବିଜୁ ଜନତା ଦଳର ମୁଖ୍ୟାଳୟ ରାଜ୍ୟ ସାଧାରଣ ସଂପାଦକ ସଞ୍ଜୟ ଦାସ୍‌ବର୍ମା ଓ ବିଧାୟକ ତଥା ସଂଗଠନ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଆଗାମୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଞ୍ଜିତ୍‌ ମହାନ୍ତି, ରାଜ୍ୟ ମହାସଚିବ ଶିଶିର ପରିଜା, ଉପଦେଷ୍ଟା ରଞ୍ଜିତ ମହାପାତ୍ର, ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି ଅମରେଶ ଜେନା ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ