ବିଜୁ ଜୟନ୍ତୀ ପାଳନ ପାଇଁ ଆସିକାରେ ବିଜେଡିର ବ୍ୟାପକ ପ୍ରସ୍ତୁତି

ଆସିକା, (ୱାଇଏନ୍‌ଏସ୍‌):ଆସନ୍ତା ୫ ତାରିଖ ପ୍ରବାଦପୁରୁଷ, ମହାନ୍ ଜନନାୟକ, ରାଷ୍ଟ୍ରନିତିଜ୍ଞ, ଇଣ୍ଡୋନେସିଆର ଭୂମୀପୁତ୍ର, ଭାରତୀୟ ସ୍ୱାଧିନତା ସଂଗ୍ରାମର ମହାନରଥି, ଓଡିଶା ବିକାଶ ଭିତ୍ତିଭୂମୀର ଅନନ୍ୟ ସ୍ଥପତି ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ସମାରୋହ ମହାଆଡମ୍ବରରେ ପାଳନ କରିବା ଲାଗି ବିଜୁ ଜନତା ଦଳ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୯ଜୟନ୍ତୀ ପାଳନ ଓ ଆସନ୍ତା ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ସଂକ୍ରାନ୍ତରେ ରୂପରେଖ ପ୍ରସ୍ତୁତ କରିବା ସକାଶେ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୫ତାରିଖରେ ହେବାକୁ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ସମାରୋହ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ମହାଆଡମ୍ବରରେ ପାଳନ କରିବା ସହ ସମୃଦ୍ଧ ଓଡିଶା ଗଠନରେ ବିଜୁବାବୁଙ୍କ ଅବଦାନ ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ୫ ତାରିଖ ଦିନ ଅନୁଷ୍ଟିତ ହେବାକୁ ଥିବା ବିଜୁ ଜୟନ୍ତୀ ପାଳନ ଓ ୮ ତାରିଖ ଦିନ ଆନ୍ତର୍ଜାତିକ ମହିଳା ଦିବସ ପାଳନ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ, ଅନିଲ କୁମାର ନାୟକ, ଅନିଲ୍ କୁମାର ପାଣିଗ୍ରାହୀ, ବିଦ୍ୟାନ୍ତ କୁମାର ଚର୍ଚ୍ଚୀ, ସନ୍ତୋଷ କୁମାର ନାୟକ, ବିଜୟ କୁମାର ନାହାକ, ରଂଜନ କୁମାର ବିଷୋୟୀ, କାର୍ତ୍ତିକେଶ୍ୱର ପରିଡା, ସନ୍ତୋଷ କୁମାର ପୋଲାଇ, ଶିବ ନାହାକ, ଜୟନ୍ତୀ ବିଷୋୟୀ, ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ବିଜୁ ଜୟନ୍ତୀ ପାଳନ ସମାରୋହକୁ ସଫଳ କରିବା ପାଇଁ ନିଜ ନିଜର ମତ ପ୍ରଦାନ କରିବା ସହ ବିଜୁ ଜୟନ୍ତୀକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । ବିଜୁ ଜୟନ୍ତୀ ପାଳନ ଅବସରରେ ଆସନ୍ତା ୫ ତାରିଖରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଭାରତର ମୁକ୍ତି ଆନ୍ଦୋଳନରେ ବିଜୁ ବାବୁଙ୍କ ଅବଦାନ, ନୂତନ ଓଡିଶା ଗଠନରେ ବିଜୁ ବାବୁଙ୍କ ଅବଦାନ, ମହିଳାଙ୍କୁ ରାଜନୀତି କ୍ଷେତ୍ରକୁ ଆଣିବାରେ ବିଜୁ ବାବୁଙ୍କ ପଦକ୍ଷେପ, ବିଜୁ ବାବୁଙ୍କ ସାହାସିକତା, ବୀରତ୍ୱ, ସ୍ୱାଭିମାନ, ବିଜୁ ବାବୁଙ୍କ ଜୀବନୀ ଏବଂ ବିଜୁ ବାବୁଙ୍କ ପ୍ରଦର୍ଶିତ ମାର୍ଗରେ ଓଡିଶାର ବିକାଶ ଯାତ୍ରା ସମ୍ପର୍କରେ ଜନସାଧାରଣଙ୍କ ଏହି ଅବସରରେ ଅବଗତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା ସୂଚନା ଦେଇଛନ୍ତି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଜୁ ଜୟନ୍ତୀ ପାଳନ ପାଇଁ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ସନ୍ତୋଷ କୁମାର ବେହେରା, ମଦନ ମୋହନ ନାୟକ, ଜୟସେନ ସ୍ୱାଇଁ, ପ୍ରତାପ ଚନ୍ଦ୍ର ପ୍ରଧାନ, ଗୌରହରି ବେହେରା, ଜିତେନ୍ଦ୍ର କୁମାର ମହାରଣା, ନିଗମାନନ୍ଦ ରାଉତ, ଭରତ ନାହାକ, କାହ୍ନୁ ଚରଣ ପାତ୍ର, ନୀଳମାଧବ ସ୍ୱାଇଁ, ରାଜେନ୍ଦ୍ର ବେହେରା, ଶଙ୍କର ପାଣିଗ୍ରାହୀ, ତ୍ରିନାଥ ବେହେରା, ବିଭୁତି ପ୍ରଧାନ, ଟୁଟୁ ବିଷୋୟୀ, ବାବୁରାମ ନାୟକ, ପ୍ରସନ୍ନ କୁମାର ଗୌଡ, ବିମଳ ପ୍ରଧାନ, ସୁକାନ୍ତ ସାହୁ, ପ୍ରଦୀପ କୁମାର ମୁନି, କାହ୍ନୁଚରଣ ଦଳେଇ, ଦୁର୍ଗାପ୍ରସାଦ ବେହେରା, ଆକାଶ ସ୍ୱାଇଁ, ସନ୍ତୋଷ କୁମାର ନାହାକ, ଦେବରାଜ ନାୟକ, କେଶବ ଦାଶ, କାହ୍ନୁଚରଣ ଦଳବେହେରା, ମୁନା ବାରିକଙ୍କ ସମେତ ବହୁ ଦଳୀୟ ନେତା, ବିଜୁ ପ୍ରେମୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ