ବିଜୁ ପକ୍କାଘରେ ହୋଇଛି ମଦ ଦୋକାନ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ – ଆମ୍ବଗଡିଆ ରାସ୍ତା କଡରେ ସରକାରୀ ମଦ ଦୋକାନ ନଖୋଲିବାକୁ ସୋସୋ ପଞ୍ଚାୟତର ଲୋକମାନେ କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝର ଅବକାରୀ ଅଧିକ୍ଷକ, ଆନନ୍ଦପୁର ଉପଜିଲ୍ଲାପାଳ ପ୍ରମୁଖଙ୍କ ନିକଟରେ ଦାବି କରି ଆସୁଥିଲେ । ମାତ୍ର ମଦଦୋକାନ ବନ୍ଦ କରିବାଲାଗି ପଦକ୍ଷେପ ନନେଇ ପ୍ରଶାସନ ସେଠାରେ ସରକାରୀ ସ୍ୱିକୃତିପ୍ରାପ୍ତ ମଦ ଦୋକାନ ଖୋଲିବାକୁ ଅନୁମତି ଦେବାପରେ ଲୋକମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏଥିପାଇଁ ଆଜି ସକାଳୁ ସୋସୋ କଲେଜ ଛକରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳାମାନେ ଧାରଣାରେ ବସିବା ସହିତ ରାସ୍ତାରୋକ କରିଛନ୍ତିି । ଏଥିରେ ରେଣୁବାଳା ନାୟକ, ନିରୁପମା ନାୟକ, ପ୍ରଭାସିନି ନାୟକ, ମେନକା ନାୟକ, ଶକୁନ୍ତଳା ମହାନ୍ତି, ପ୍ରେମଲତା ନାୟକ, ପ୍ରଭାତୀ ନାୟକ, ସଂଯୁକ୍ତା ନାୟକ, ସୁଚିସ୍ମିତା ଜେନା, ପ୍ରଭାତୀ ନାୟକ, ଛବିରାଣୀ ନାୟକ, ମାଳତୀଲତା ମହାନ୍ତି ।, ଶଙ୍କୁନ୍ତଳା ମହାନ୍ତି, ରେବତୀ ମହାନ୍ତି, ଭାର୍ଗବୀ ସିଂ, ପଦ୍ମାବତୀ ନାୟକଙ୍କ ସମେତ ଶତାଧିକ ମହିଳା ସାମିଲ ହୋଇଥିଲେ । ସେମାନଙ୍କ ଅଭିଯୋଗ ଅନୁଯାଇ ବିଦ୍ୟାଧରପୁର ଠାରେ ଥିବା ବିଦେଶୀ ମଦ ଦୋକାନଟି ବନ୍ଦ ହୋଇଯାଇଥିବାବେଳେ ଏହି ମଦବ୍ୟବସାୟୀ ଜଣକ ସୋସୋ ବସଷ୍ଟାଣ୍ଡ ଠାରୁ ଆମ୍ବଗଡିଆ ରାସ୍ତା ଭିତରେ ଥିବା ଏକ ଘରକୁ ଭଡାନେଇ ମଦ ଦୋକାନ କରିଛନ୍ତି । ଏହି ଘରଟି ସୋସୋ ଗ୍ରାମର ରତିକାନ୍ତ ନାୟକଙ୍କର ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ଏହି ଘରଟିକୁ ସେ ବିଜୁ କୁଡିଆ ଯୋଜନାରେ ପାଇଥିଲେ । ତେଣୁ ସରକାର କିପରି ମଦଦୋକାନ କରିବାକୁ ଏହି ଘରଟିକୁ ସ୍ୱିକୃତି ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ଏହସ୍ପାଖରେ ଦୁଇ ଦୁଇଟି କଲେଜ, ହାଇସ୍କୁଲ, ପ୍ରାଥମିକ ବିଦ୍ୟାଳୟ ସହିତ ମଦଦୋକାନ ଚାରିପଟୋ ଏକର ଏକର ଚାଷଜମି ଅଛି । ଏଠାରେ ମଦଦୋକାନ ହେଲେ ଏ ଅଞ୍ଚଳରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାସହ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଚାଷୀମାନଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ଏନେଇ ମହିଳାମାନେ ପୁର୍ବରୁ କେନ୍ଦୁଝର ଜିଲ୍ଲାପାଳ, ଜିଲ୍ଲା ଅବକାରୀ ଅଧିକ୍ଷକ, ଆନନ୍ଦପୁର ବିଧାୟକ, ଆନନ୍ଦପୁର ଉପଜିଲ୍ଲାପାଳ ଓ ହାଟଡିହି ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେବି କୌଣସି ପଦକ୍ଷେପ ନିଆଗଲା ନାହିଁ । ତେଣୁ ମହିଳାମାନେ ସୋସୋ କଲେଜ ଛକରେ ଧାରଣାରେ ବସିବା ସହିତ ରାସ୍ତାରୋ କରିଛନ୍ତି । ଫଳରେ ଆଗରପଡା-ବିଦ୍ୟାଧରପୁର ଓ ସୋସୋ-ଛେନାପନଦି ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଯାଇଛି । ମହିଳା ମାନଙ୍କ ଦାବିକୁ ଗ୍ରାମବାସୀ ମାନେ ମଧ୍ୟ ପୁର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଏପରିକି ଆସନନ୍ତା କାଲିଠାରୁ ପଞ୍ଚାୟତର ଅନ୍ୟ ଗ୍ରାମର ମହିଳାମାନେ ମଧ୍ୟ ଏହି ଆନେ୍ଦାଳନରେ ସାମିଲ ହେବେ ବୋଲି ଜଣାଯାିଛି । ପ୍ରଶାସନ ଯଦି ତୁରନ୍ତ କୌଣସି ପଦକ୍ଷେପ ନନିଏ ତେବେ ଆଇନିକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ମହିଳାମାନେ ଚେତାବନୀ ଶୁଣାଇଛନ୍ତି । ଖବରପାଇ ହାଟଡିହି ତହସିଲଦାର ବାିଲ ଖାଖା, ଅତିରିକ୍ତ ତହସିଲଦାର ସାହେବରାମ ବାସ୍କେ, ସୋସୋ ଥାନା ଆଇ.ଆଇ.ସି ବିଜୟ କୁମାର ବିହାରୀ ପ୍ରମୁଖ ପହଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ମହିଳାମାନେ ଧାରଣାରୁ ହଟି ନଥିବା ଜଣାଯାଇଛି ।