ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ଯୋଡା ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ
ଯୋଡ଼ା(ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ସହରର ଆଜାଦ ବସ୍ତିଠାରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ଶନିବାର ଅପରାହ୍ନରେ ଯୋଡା ବିଜୁ ଜନତା ଦଳ ପକ୍ଷରୁ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ସମ୍ମାନୀତ ଅତିଥି ଭାବେ ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ଯୋଡା ବ୍ଲକ ବିଜେଡି ସଭାପତି ଦିଲୀପ କୁମାର ନାଏକ , ଯୋଡା ନଗର ବିଜେଡି ସଭାପତି ଚତୁର୍ଭୁଜ ପଲେଇ , ପୂର୍ବତନ ଯୋଡା ପୌରପାଳିକା ଅଧ୍ୟକ୍ଷ ଆର.କେ ଦାସ, ନୀଳମଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାବେଶରେ ଯୋଡା ବ୍ଲକର ବିଭିନ୍ନ ପନଚାୟତ ଓ ସହରରୁ ୧ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କ ସମାଗମ ହୋଇଥିଲା । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମହିଳାମାନେ କିପରି ସ୍ୱାବଲମ୍ବୀ ଓ ସଂଗଠିତ ହୋଇ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବେ ଏବଂ ବିଜୁ ବାବୁଙ୍କ ମୋ ସ୍ୱପ୍ନର ଓଡିଶାରେ ମହିଳାମାନଙ୍କୁ ସ୍ୱତନ୍ତ୍ର ସ୍ଥାନ ମିଳିବା ନେଇ ଉପସ୍ଥିତ ଅତିଥିଗଣ ଉଦ୍ବୋଧନ ଦେଇଥିଲେ । ତେଣେ ଏହି ସଭାରେ ଯୋଡା ସହରରେ ଥିବା ବିଜେଡି ଦଳର କନ୍ଦଳ ପଦାରେ ପଡିଥିଲା । କାରଣ , ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ସମର୍ଥକମାନେ ଏହି ସଭାରେ ଉପସ୍ଥିତ ଥିବା ବେଳେ ଦଳର ପୁରୁଣା କର୍ମୀମାନେ ଏହି ସଭାରେ ଅନୁପସ୍ଥିତ ଥିଲେ ।