ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମତିଥୀ ପାଳନ

ଛତ୍ରପୁର,(ପ୍ରଶାନ୍ତ ମହାରଣା) : ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମଜୟନ୍ତୀ ଛତ୍ରପୁର ଠାରେ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ମହାସମାରୋହରେ ପାଳନ କରାଯାଇଛି । ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରବାଦ ପୁରୁଷଙ୍କ ଜୀବନ ଧାରା ଉପରେ ସ୍ମୃତିଚାରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷି ବପିଣନ ନିଗମର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ, ବଟକୃଷ୍ଣ ପଣ୍ଡା ଓ ସୁଧୀର ପାଢୀ,ପୂର୍ବତନ ଉପନଗରପାଳ ପ୍ରଦୋଶ କୁମାର ବେହେରା, ପୂର୍ବତନ କାଉନସିଲର ଟି.ଚନ୍ଦ୍ର ଶେଖର ରାଓ ,ବି.ରାଜିବାବୁ ଓ କିଶୋର ଚନ୍ଦ୍ର ସେନାପତି, ପୂର୍ବତନ ବିଜେଡି ବ୍ଲକ ସଭାପତି ପ୍ରବାସି ପ୍ରଧାନ, ଛାତ୍ର ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ତଥା ଯୁବନେତା ବିମଳ କୁମାର ପଣ୍ଡା, ରାଜ୍ୟ ଉପସଭାପତି ଭବାନୀ ଶଙ୍କର ସାହୁ, ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସରକାରୀ ଓକିଲ ସୁରେଶ ପଣ୍ଡା, ଭୈରବୀ ପଟ୍ଟନାୟକ, ପ୍ରଦୀପ କୁମାର ପାତ୍ର, ମନୋଜ କୁମାର ପାଢୀ, ଡମିନାଥ ସାହୁ, ସୈରୀ ପ୍ରସାଦ ବେହେରା ଓ କାଳିପ୍ରସାଦ ଦାଶ, ସରପଞ୍ଚ ଏସ୍‌.ଚକ୍ରପାଣି ରେଡ୍ଡୀ,ପୀତାମ୍ବର ପଣ୍ଡା ଓ ଶରତ ଖୁଣ୍ଟିଆ, ସମିତି ସଭ୍ୟ ଜୟଦେବ ଲେଙ୍କା , ମତ୍ସ୍ୟଜୀବୀ ନେତା ବି.ସିମାଦ୍ରୀ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ଯୁବନେତା ଅଟଳ ବିହାରୀ ପଟ୍ଟନାୟକ ଓ ଅକ୍ଷୟ ସ୍ୱାଇଁ, ନିବାସୀ ଗୌଡ, ଗଣେଷ ସାହୁ, ଆଇନଜୀବୀ ସିମାଞ୍ଚଳ ମହାପାତ୍ର ଓ ସୁରେଶ ସେନାପତିଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ