ବିଜୁ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ବିଜୁ ପଟ୍ଟନାୟକ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ବିଜୁ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି । ସହରର ଫାଣ୍ଡିଛକ ଠାରେ କମିଟିର ସାଧାରଣ ସମ୍ପାଦକ ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୌରାଧ୍ୟକ୍ଷା ସବିତା ସାହୁ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉମିଲତା ଦାସ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପ୍ରଫେସର ଶତ୍ରୁଘ୍ନ ମଲିକ, ଟାଉନ ବିଜେଡି ସଭାପତି ସନତ ଦାସ, ରୋଜି ପଟ୍ଟନାୟକ, ବିଧାନଚନ୍ଦ୍ର ରାୟ, ଅଜୟ ସାମଲ, କୃଷକ ନେତା ଅରୁଣ ଜେନା, ମନୋଜ ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ଭାଗବତ ସାହୁ, ସୂର୍ଯ୍ୟକାନ୍ତ କର, ଜିତେନ୍ଦ୍ର ଉପାଧ୍ୟାୟ, ରଂଜନ ବାଗ, ରଂଜିତା ମହାପାତ୍ର, ଶାନ୍ତନୁ ଦାସ, ଧୀରେନ ନାୟକ, ଗୌରୀ ରାଉତ, ଶରତ ସାହୁ, କ୍ଷୀରୋଦ ବାରିକ, ଶରତ ମଲିକ, ଶିବ ପ୍ରସାଦ ଦାସ, ସାହିରୁଲ ହକ, ସିମନ ଦାସମହାପାତ୍ର, ହରେନ ରଣା, ଇନ୍ତେକାମ ଅଲି ପ୍ରମୁଖ ଯୋଗ ଦେଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ନୂତନ ଓଡ଼ିଶା ନିର୍ମାଣ ଓ ରାଜ୍ୟର ସର୍ବାଙ୍ଗୀନ ବିକାଶରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅବଦାନକୁ ସମସ୍ତେ ମନେ ପକାଇଥିଲେ । ରାଜ୍ୟର ଶିଳ୍ପ ଓ କୃଷିର ବିକାଶ ସହିତ ଜନସାଧାରଣଙ୍କ ଆର୍ଥିକ ଉନ୍ନତି କ୍ଷେତ୍ରରେ ବିଜୁ ପଟ୍ଟନାୟକଙ୍କ ଭୂମିକା ତାଙ୍କୁ ଅବିସ୍ମରଣୀୟ ରଖିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ପୌରପାଳିକାର ୱାର୍ଡର କାଉନସିଲର, ବିଜେଡି ନେତା କର୍ମୀ, ଶ୍ରମିକନେତାଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଉପସ୍ଥିତ ଥିଲେ । ସଂଧ୍ୟାରେ ଫାଣ୍ଡିଛକଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଜେଡି ନେତାଙ୍କ ସମେତ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଯୋଗଦେଇ ବିଜୁ ବାବୁଙ୍କ ଜୀବନାଦର୍ଶ ଓ ଆଧୁନିକ ଓଡ଼ିଶା ନିର୍ମାଣରେ ତାଙ୍କର ଅବଦାନକୁ ମନେ ପକାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ