ବିଜୁ ବାବୁଙ୍କ ଜୟନ୍ତୀ ପାଳନ ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରସ୍ତୁତି ବୈଠକ

ପୋଲସରା:(ଅନିଲ କୁମାର ମହାରଣା)ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳନ ପାଇଁ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ବୁଧବାର ଦିନ ପୋଲସରାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ପୋଲସରା ବ୍ଲକ ଓ ଏନଏସି ଏବଂ ବୁଗୁଡା ବ୍ଲକ ଓ ଏନଏସିର ବିଜେଡି କର୍ମକର୍ତ୍ତା ଓ ବହୁ କର୍ମୀ ଯୋଗଦେଇଥିଲେ। ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବୁଗୁଡା ବ୍ଲକ ସଭାପତି ଇ ମଦନ ଗୋପାଳ ଦୋରା, କାର୍ଯ୍ୟକାରୀ ସଭାପତି ଖଡାଳ ଖଟେଇ, ଉପସଭାପତି ସୁନୀଲ କୁମାର ପାଢୀ, ବୁଗୁଡା ଏନଏସି ସଭାପତି ରାଜେନ୍ଦ୍ର କୁମାର ପାଢ଼ୀ, ଛାତ୍ର ବିଜେଡି ସଭାପତି ହରପ୍ରସାଦ ମହାପାତ୍ର, ପୋଲସରା ବ୍ଲକ ସମ୍ପାଦକ ଅଶୋକ କୁମାର ସାହୁ, ପୋଲସରା ଏନଏସି ସଭାପତି ରଞ୍ଜିତ କୁମାର ସାହୁ, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ପୋଲସରା ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ବହୁ କର୍ମୀ ଯୋଗ ଦେଇଥିଲେ । ଆଲୋଚନା ହୋଇ ଦୁଇ ବ୍ଲକ ଓ ଦୁଇ ଏନଏସିରେ ବିଜୁବାବୁଙ୍କ ଜୟନ୍ତୀ ପାଳନ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ