ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଲାଗି ପ୍ରସ୍ତୁତି ବୈଠକ
ଶେରଗଡ, (ଅନୀଲ କୁମାର ପଣ୍ଡା):ଆସନ୍ତା ୫ ତାରିଖ ଦିନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ ଲାଗି ବ୍ଲକ ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବିଧାୟକଙ୍କ ପ୍ରତିନିଧି ଦିଗାମ୍ବର ନାହାକ ଙ୍କ ଅଧ୍ୟକ୍ଷତାରେ ଶେରଗଡ ନିକଟସ୍ଥ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ଅନୁଷ୍ଠିତ ହୋଈଯାଈଛି। ଏଥିରେ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର ଯୋଗ ଦେଇ ଆସନ୍ତା ୫ ତାରିଖ ଦିନ ହେବାକୁ ଥିବା ବିଜୁ ବାବୁଙ୍କ ୧୦୯ତମ ଜନ୍ମ ଦିବସ କୁ କିପରି ଶାନ୍ତି ପୂର୍ଣ୍ଣ ଭାବେ ପାଳନ କରାଯିବ, ସେଥିଲାଗି ବିସ୍ତୃତ ଭାବେ ଆଲୋଚନା କରିଥିଲେ। ୫ ତାରିଖ ଦିନ ସକାଳେ ଶେରଗଡ ଚାରି ଛକଠାରେ ଥିବା ମହାନ ଜନନାୟକ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଈ ସଭା ଅନୁଷ୍ଠିତ। ସେଥିରେ ବିଜୁ ବାବୁଙ୍କ ଜୀବନି ଉପରେ ଆଜିର ଯୁବ ପୀଢି ଙ୍କୁ ଅବଗତ କରାଯିବ ଏବଂ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ସନ୍ଧ୍ୟା ୫ ଘ ରେ ଶେରଗଡ ବ୍ଲକ ଅଲାରିଗଡ ଗ୍ରାମରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଈଥିବା ଆଜିର ବୈଠକରେ ବିଧାୟକ ଙ୍କ ପ୍ରତିନିଧି ପ୍ରକାଶ କରିଥିଲେ। ଆଜିର ଏହି ପ୍ରସ୍ତୁତି ବୈଠକରେ ବ୍ଲକ ଉପାଧ୍ୟକ୍ଷା ଙ୍କ ପ୍ରତିନିଧି କାହ୍ନୁଚରଣ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ହୀନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ମେଘନାଦ ଦାସ,ଯୁବ ସମାଜସେବୀ ବାସୁଦେବ ସ୍ବାଈଁ, ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ଦିବାକର ପଟ୍ଟନାୟକ ଙ୍କ ସହିତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।