ବିଜୁ ବାବୁଙ୍କ ଡାକୋଟା ବିମାନକୁ ପୈତୃକ ମାଟିରେ ରଖିବା ପାଇଁ ବେଲଗୁଣ୍ଠା ପ୍ରେସ୍ କ୍ଳବର ଦାବି

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବିଜୁ ବାବୁ ।କେବଳ ନାମ ହିଁ ଯଥେଷ୍ଟ ।କିଏ କହେ ତାଙ୍କୁ କଳିଙ୍ଗ ପୁତ୍ର ତ,କିଏ କହେ ଝଡର ଇଗଲ ଆଉ କିଏ କହେ ସାଲିସ ବିହୀନ ସମ୍ରାଟ ଏବଂ ଶତାବ୍ଦୀର ଦୂରଦ୍ରଷ୍ଟା ।ସେ ଆଉ କେହି ନୁହନ୍ତି ଆମେ କହୁଛୁ ଆଧୁନିକ ଓଡ଼ିଶାର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ।ତାଙ୍କ ବୀରତ୍ୱ,ତାଙ୍କ ସାହାସିକତା,ଶାସନ କେବଳ ଭାରତ ବର୍ଷରେ ନୁହେଁ ଓଡ଼ିଶା ଆନ୍ତର୍ଜାତିକ ସ୍ତରରେ ବିଜୁ ବାବୁଙ୍କ ପାଇଁ ପରିଚିତ ।ତାଙ୍କ ସମୟର ସେ ଥିଲେ ଉତ୍କଳର ଆବାଳବୃଦ୍ଧବନିତାଙ୍କ ଚିର ପରିଚିତ ମୁହଁ ।ଜଣେ ଦକ୍ଷ ପାଇଲଟ୍ ଭାବେ ସ ଥିଲେ ଜଣେ ଆନ୍ତର୍ଜାତିୟ ତାରକା ।ତାଙ୍କ ସାହାସିକତା ତଥା ବୀରତ୍ୱ ସହ ଜଡ଼ିତ ଡାକୋଟା ବିମାନ ଏବେ ବି ଏହାର ମୂକସାକ୍ଷୀ ।ଏହି ଡିସି-୪୭- ଡାକୋଟାରେ ଇଣ୍ଡୋନେସିଆର ସ୍ୱାଧିନତା ସଂଗ୍ରାମ ବେଳେ ନେହେରୁଙ୍କ ଆୟୋଜିତ ଇଣ୍ଟର ଏସିଆନ କନଫରେନ୍ସକୁ ରାଷ୍ଟ୍ରପତି ସୁକର୍ଣୋ ଓ ପ୍ରଧାନମନ୍ତ୍ରୀ ସୁତାନ ସାହରିର୍ ଙ୍କୁ ଜୁଲାଇ ମାସ୧୯୪୭ ମସିହାରେ ଡଚ୍ ମାନଙ୍କ କବଳରୁ ସିଙ୍ଗାପୁର ଆକାଶମାର୍ଗ ଦେଇ ସୁରକ୍ଷିତ ଦିଲ୍ଲୀ ଆଣି ଦେଇଥିଲେ ନିଜ ଅଦମ୍ୟ ବୀରତ୍ୱର ପ୍ରମାଣ ।ଏଥିପାଇଁ ସେ ହୋଇଥିଲେ ଇଣ୍ଡୋନେସିଆର ଭୁମିପୁତ୍ର ।ଏହି ବିମାନରେ ଅକ୍ଟୋବର ୧୯୪୭ରେ ଶିଖ ରେଜିମେଣ୍ଟର ୧୭ଜଣ ସେନାଙ୍କୁ ସୁରକ୍ଷା ଦେଇ କାଶ୍ମୀରକୁ ସୁରକ୍ଷିତ ରଖିବାରେ ନେଇଥିଲେ ଗୁରୁତ୍ବପୂର୍ଣ୍ଣ ଭୁମିକା ।କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ଆନ୍ତର୍ଜାତିୟ ବିମାନ ବନ୍ଦରରେ ଏହି ବିମାନ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ ବର୍ତ୍ତମାନ ଓଡିଶା ସରକାରଙ୍କ ତରଫରୁ ଏହାକୁ ଓଡିଶା ଆଣିବା ଯେଉଁ ଉଦ୍ୟମ ହୋଇଥିଲା ତାହା ସଫଳ ହୋଇ ଆସନ୍ତା ୧୬ ତାରିଖରେ ଓଡ଼ିଶା ଆସୁଛି । ଏହି ଖବର ସମଗ୍ର ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଖୁସିର ଲହର ।ଓଡିଶା ଆଣିବା ପରେ ଏହାକୁ ବିଜୁବାବୁଙ୍କ ପୈତୃକ ଗ୍ରାମ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଘୁ.ନୁଆଗାଁ ଠାରେ ରଖିବା ପାଇଁ ବେଲଗୁଣ୍ଠା ପ୍ରେସ୍ କ୍ଳବ ଦାବି କରିଛି ।ଏହି ଗ୍ରାମରେ ବିଜୁ ବାବୁଙ୍କ ପୈତୃକ ଘର ରହିଛି ଏବଂ ଏହି ଗ୍ରାମ ତାଙ୍କର ବହୁ ସ୍ମୃତି ସହ ଜଡିତ ।ଐତିହ ପରମ୍ପରା ସମ୍ପର୍ନ ଘୁମୁସର ଅଞ୍ଚଳରେ ବିଜୁବାବୁଙ୍କ ପ୍ରିୟ ବିମାନ ରହିଲେ ପର୍ଯ୍ୟଟନ ମାନଚିତ୍ରରେ ଘୁମୁସରର ପରିଚୟ ଆହୁରି ରୁଦ୍ଧିମନ୍ତ ହେବ ବୋଲି ହୋଇଥିବା ଏକ ବୈଠକରେ ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଛନ୍ତି କରିଛନ୍ତି । ଏ ନେଇ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରେସ୍ କ୍ଳବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ଉପସଭାପତି ପ୍ରଭାତ କୁମାର ସାହୁ,ସହ ସମ୍ପାଦକ ସରୋଜ କୁମାର ଶତପଥୀ, କୋଷାଧ୍ୟକ୍ଷ ବିଭୁପାଦ ଜେନା, ସୁଶାନ୍ତ କୁମାର ବେହରା, ଚନ୍ଦନ କୁମାର ସାହୁ, ସଚିନ୍ ପୁରୋହିତ, ସନ୍ତୋଷ କୁମାର ବିଷୋୟୀ,ଶିବ ପ୍ରସାଦ ମହାପାତ୍ର, ସୁରେଶ ସୁବୁଦ୍ଧି, ଶିବରାମ ଚୌଧୁରୀ,ମାଧବ ଚନ୍ଦ୍ର ଆପଟ, ଜଗନ୍ନାଥ ନାୟକ, ପଞ୍ଚାନନ ସାହୁ, ମନୋରଞ୍ଜନ ମହାରଣା,ନାରାୟଣ ପଣ୍ଡା, ସନ୍ତୋଷ କୁମାର ଡାକୁଆ,କୃଷ୍ଣଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ