ବିଜୁ ଯୁବବାହିନୀ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକର ସାରୁ, ଗଣ୍ଡଳା ଓ ପୋଚିଲିମର ଗ୍ରାମ ପଂଚାୟତର ବିଜୁ ଯୁବବାହିନୀ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣ୍ଡଳା ଗ୍ରାମ ପଂଚାୟତରେ ସରଂପଚ ଗୌରୀ ସାହୁ, ସୁଧାଂଶୁ ଶେଖର ସାହୁ, ସାରୁ ପଂଚାୟତାରେ ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ପାତ୍ର ଓ ପୋଚିଲିମା ପଂଚାୟତରେ ସରଂପଚ ଭାଣ୍ଡି ରବିନ୍ଦ୍ରଙ୍କ ନେତୃତ୍ୱରେ ବିଜୁ ସଂପୃକ୍ତ ପଂଚାୟତର ଯୁବବାହିନୀ ସଦସ୍ୟ ମାନେ ସଡ଼କ ସୁରକ୍ଷା ଓ ସଚେତନତା ସକାଶେ ଏକ ରାଲିରେ ହାତରେ ପ୍ଳାକାର୍ଡ଼ ଧରିବା ସହ ସ୍ଳୋଗାନ ଦେଇ ପଂଚାୟତର ଗ୍ରାମ ଗୁଡ଼ିକୁ ପରିକ୍ରମା କରିଥିଲେ । ପରିଶେଷରେ ସଂପୃକ୍ତ ଗ୍ରାମ ପଂଚାୟତ ନିକଟସ୍ଥ ରାଜ୍ୟ ରାଜପଥ ନିକଟରେ ରହି ମୋଟର ସାଇକେଲ ଚାଳକ ମାନଙ୍କୁ ହେଲମେଟ ବ୍ୟବହାର କରିବା ଏବଂ ବଡ଼ ବଡ଼ ଗାଡ଼ି ଚାଳକ ମାନଙ୍କୁ ଗାଡ଼ି ଚାଳନା ସମୟରେ ସିଲ୍ଟ ବେଲ୍ଟ ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାଳିଆ ସାହୁ, ରାଜେଶ କୁମାର ସାହୁ, ଦିଲ୍ଲିପ କୁମାର ସେଠି, ଜଗନ୍ନାଥ ସାହୁ, ବାବୁ ସ୍ୱାଇଁ, ପିଂଟୁ ସେଠି, ମନୋଜ ସାହୁ, ବାବୁଲା ସେଠି, ପ୍ରତାପ ସେଠି, କାହ୍ନୁ ଚରଣ ସାହୁ, ଅଙ୍ଗଦ ସେଠୀଙ୍କ ସମେତ ବହୁ ବିଜୁ ଯୁବ ବାହିନୀ କର୍ମକର୍ତା ମାନେ ଅଂଶ ଗ୍ରହଣ କରିଥିଲେ ।