ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ ଓ ରକ୍ତଦାନ କାର୍ଯ୍ୟକ୍ରମ

ନିମାପଡ଼ା, (ସନ୍ତୋଷ ଦାଶ):ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବିଜୁ ଯୁବ ଛାତ୍ର ଜନତାଦଳ ଓ ଓଡିଶା-ମୋ ପରିବାର ପକ୍ଷରୁ ବୃକ୍ଷରୋପଣ ସହ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ଅସ୍ତରଙ୍ଗ ସିନେମା ହଲ ଛକ ଠାରୁ ଅସ୍ତରଙ୍ଗ କଲେଜ ପର୍ଯ୍ୟନ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟ କ୍ରମ ରେ ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ବ୍ଲକ ବିଜେଡି ସଭାପତି କେଦାର ନାଥ ବିଶ୍ବାଳ, ଜିଲ୍ଲା ପରିଷଦ ସଭ୍ୟା ସରସ୍ଵତୀ ସ୍ଵାଇଁ, ପଞ୍ଚାନନ ସ୍ଵାଇଁ, ଚମ୍ପକ ବାରିକ, ଭୀମସେନ ସ୍ଵାଇଁ, ରୁତ୍ତୁରାଜ ରାଉତ ପ୍ରମୁଖ ଯୋଗଦାନ କରି ୨୫୦ ବୃକ୍ଷ ଚାରା ରୋପଣ କରିଥିଲେ। ଏହା ପରେ ଲବଣ ସତ୍ୟାଗ୍ରହ ବିଦ୍ୟାପୀଠ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ମନ୍ତ୍ରୀ ଶ୍ରୀ ବେହେରା ନିଜେ ପ୍ରଥମେ ରକ୍ତଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମୁଦାୟ ୧୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଅସ୍ତରଙ୍ଗ ବିଜୁ ଯୁବ ଛାତ୍ର ଜନତା ଦଳ ସଭାପତି ପ୍ରଶାନ୍ତ ନାୟକ, ରୁଦ୍ର ପ୍ରସାଦ ଲେଙ୍କା, ବିକାଶ ତ୍ରିପାଠୀ, ସୁଶାନ୍ତ ତ୍ରିପାଠୀ ପ୍ରମୁଖ ରକ୍ତଦାନ ଶିବିର କୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ