ବିଜୁ ଯୁବ ଜନତାଦଳ ର ରାଜ୍ୟ ସମ୍ପାଦକ ହେଲେ ପୂର୍ବତନ କରଞ୍ଜିଆ ବ୍ଲକଅଧ୍ୟକ୍ଷ ହରିଶ ଚନ୍ଦ୍ର ନାୟକ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ବିଜୁ ଯୁବ ଜନତା ଦଳ ର ରାଜ୍ୟ କମିଟି ପୁନର୍ଗଠିତ ହୋଇଛି ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମ୍ମତି କ୍ରମେ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ କମିଟି ର ଘୋଷଣା କରିଛନ୍ତି । କମିଟି ରେ କରଞ୍ଜିଆ ବ୍ଲକ ର ପୂର୍ବତନ ବ୍ଲକ ଅଧକ୍ଷ ହରିଶ ଚନ୍ଦ୍ର ନାୟକ ଙ୍କୁ ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରାଯାଇଛି ସେହିପରି ଜିଲ୍ଲା ସଭାପତି ଭାବେ ପୁନର୍ବାର ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଙ୍କୁ ମନୋନୀତ କରାଯାଇଛି । ଏହି ଖବର ପ୍ରକାଶ ପରେ କରଞ୍ଜିଆ ର ବିଜେଡି କର୍ମୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ ହରିଶ ଚନ୍ଦ୍ର ନାୟକ ୨0୧୭ ରୁ ୨0୨୨ ପର୍ଯ୍ୟନ୍ତ ସେହି ବର୍ଷନୂତନ ଭାବେ କେରକେରା ପଞ୍ଚାୟତ କୁ ଭାଙ୍ଗି ଗଠିତ ହୋଇଥିବା ସାରଙ୍ଗଗଡ଼ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହେବା ପରେ କରଞ୍ଜିଆ ବ୍ଲକ ର ଅଧକ୍ଷ ଭାବେ ନିଜ ୫ ବର୍ଷ କାର୍ଯ୍ୟକାଳ ନିର୍ବିଘ୍ନ ରେ ଶେଷ କରିଛନ୍ତି । କିଟ ବିଶ୍ଵବିଦ୍ୟାଳୟ ରୁ ଇଲେକ୍ଟ୍ରିକାଲ ଡିପ୍ଲୋମା ସହିତ କୃପାଜଳ ଇଞ୍ଜିନିୟରିଙ୍ଗ କଲେଜ ରୁ ଇଲେକ୍ଟ୍ରିକାଲ ରେ ବିଟେକ ଡିଗ୍ରୀ ହାସଲ କରିଥିବା ହରିଶ ଭୁବନେଶ୍ୱର ମୁକ୍ତି ଥିଏଟର ରେ ନାଟ୍ୟ ଶିକ୍ଷା ପରେ କଳା ଜଗତ ରେ ମଧ୍ୟ ନିଜ ପାରଦର୍ଶିତା ସହିତ ବିଭିନ୍ନ ଆଲବମ, ନାଟକ ରେ ମଧ୍ୟ ଅଭିନୟ କରିଛନ୍ତି। ଏହା ସହିତ ପୁଣ୍ୟଉତ୍କଳ ଫାଉଂଣ୍ଡେସନ ଓ ୟୁ ନାଇଟେଡ଼ ଫୋର ସୋସିଆଲ ଇଣ୍ଟରେଷ୍ଟ (usi) ସାମାଜିକ ସଂଗଠନ ସହିତ ମଧ୍ୟ ଜଡିତ ଅଛନ୍ତି । ଏହା ପୂର୍ବରୁ ଶ୍ରୀ ହରିଶ ନାୟକ ଜିଲ୍ଲା ଯୁବ ଉପସଭାପତି ପଦବୀ ରେ ମଧ୍ୟ ନିଯୁକ୍ତ ହୋଇଥିଲେ । ଶ୍ରୀ ହରିଶ ନାୟକ ତାଙ୍କ ଏହି ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟମକେଶ ରାୟ ଙ୍କ ସହିତ ଅନ୍ୟ ବରିଷ୍ଠ ନେତୃ ମଣ୍ଡଳୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ