ବିଜୁ ଯୁବ ଜନତା ଦଳ ପକ୍ଷରୁ କରିମି ସମିଳନୀ
ମୋହନା,(ଅଂଶୁମାନ ପଣ୍ଡା): ମୋହନା ବ୍ଲକ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଯୁବ ଜନତା ଦଳ ତରଫରୁ ଜିଲ୍ଲା ଯୁବ ସଭାପତି S.ଲିଙ୍ଗରାଜ ବାବୁ ଙ୍କ ନିର୍ଦେଶ କ୍ରମେ ଯୁବ ଜନତା ଦଳର ଏକ ଚୟନ ପକ୍ରିୟା ବୈଠକ ଅନୁଷ୍ଠିତ କରାଯାଇଥିଲା | ଉକ୍ତ ବୈଠକ ରେ ମୋହନା ବ୍ଲକର ସମସ୍ତ ପଂଚାୟତରୁ ଯୁବ ସଭାପତି ଏବଂ ମିଡ଼ିଆ ସେଲ ସଂଯୋଜକ ଓ ଛାତ୍ର ସଭାପତି ଏବଂ ସଂଯୋଜକ ଚୟନ ନିମନ୍ତେ ଆଲୋଚନା କରାଗଲା | ଉକ୍ତ ବୈଠକରେ ବ୍ଲକ ସଭାପତି ରଞ୍ଜୀବ ଶବର, ବ୍ଲକ ଅଧକ୍ଷା ସୁଖୀ ଶବର ଜିଲ୍ଲା ଉପ ସଭାପତି ଦଣ୍ଡାସୀ ସାହୁ, ଯୁବ ସଂଘଟକ ରାଜେନ୍ଦ୍ର ନାୟକ,ପୂର୍ବତନ ବ୍ଲକ ଅଧକ୍ଷ ରାମ ଦଳବେହେରା, ଏବଂ ଦଳର ଅନେକ ବରିଷ୍ଠ ଯୁବ ଏବଂ ଛାତ୍ର କର୍ମୀ ମାନେ ଉପସ୍ଥିତରେ ସଭା ଅନୁଷ୍ଠିତ ହେଇଥିଲା | ସଭାକୁ ଯୁବ ସଭାପତି ଲିଙ୍ଗରାଜ ପୂଜାରୀ ଛାତ୍ର ସଭାପତି ଶୁଭଙ୍କର ଦତ୍ତ ଏବଂ ଜିଲ୍ଲା ଯୁବ ଉପସଭାପତି ଫିରୋଜ ପଟ୍ଟନାୟକ ପରିଚାଳନା କରିଥିଲେ | ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଯୁବ ଗୋଷ୍ଟି ଛାତ୍ର ଗୋଷ୍ଟି ପ୍ରସ୍ତୁତି ଜୋର ଧରିଛି |