ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ୭୮ ତମ ଜନ୍ମଦିନ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୭ପୂରି ୭୮ ବର୍ଷ ଚାଲିଲା,ମାତ୍ର ନିଜ ବଡ଼ ଭଉଣୀ ଗୀତା ମେହେଟାଙ୍କ ସମ୍ପ୍ରତି ଦେହାନ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନିଜ ଜନ୍ମ ଦିନକୁ ଚଳିତ ବର୍ଷ ପାଳନ କରିବେ ନାହିଁ ବୋଲି ଘୋଷଣା କରିଥିଲେ। ତେଣୁ ଆଜି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ପକ୍ଷରୁ ନିରାଡ଼ମ୍ବର ଭାବେ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନକୁ ପାଳନ କରାଯାଇଛି।ଏହି ପରିପ୍ରେକ୍ଷୀରେ ବାଲେଶ୍ବର ମିସନ ପଡିଆ ସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ ଏବଂ ରାଣୀପାଟଣା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ବିଜୁ ଯୁବ ଜନତା ଦଳ ବାଲେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତି ସେକ ଅନସର ଏବଂ ବିଜୁ ଯୁବ ଜନତା ଦଲ ଜୋନାଲ ସାଧାରଣ ସମ୍ପାଦକ ଧିରେନ ନାୟକଙ୍କ ପ୍ରତ୍ୟେକ ତତ୍ବାବଧନରେ ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ ଯୋଗଦେଇ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପ ନଗରପାଳ କୈଳାସ ସେଠୀ, ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା,ବିଧାୟକଙ୍କ ପ୍ରତିନିଧି ମନୋଜ ରାଉତ,ବିଜେଡି ନେତା ଅଶୋକ ଦାସ,କାଉନସିଲର ଆର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ,ସେକ ଆୟୁବ,ସବିତାରାଣୀ ଦାସ,ସଂଧ୍ୟାରାଣୀ ଜେନା,ମିରାଜ ବାନୋ,ବିଜେଡି ଜିଲ୍ଲା ମହିଳା ସମ୍ପାଦିକା ମୋନାଲିସା ପାଣିଗ୍ରାହୀ, ବିଜେଡି ନେତ୍ରୀ ସ୍ବାଗତିକା ବାରିକ,ସୁନିଆ ମୃମୁ,ରଂଜିତା ପଣ୍ଡା,କବିତା ବେରା,ରାଧାରାଣୀ ବେହେରା,ହରପ୍ରିୟା ମହାରଣା,ବିଜେଡି ନେତା ସାକିର ଖାନ,ଦେବାଶିଷ ଦାଶ,ସେକ ସାକିର ମହମ୍ମଦ,ଜଗନ୍ନାଥ ମହାରଣା,ଅତୁଲ ଶତପଥୀ,ଉତ୍ତମ ଦାସ,ରଂଜନ କୁମାର ଦାସ,କୌସିକ ପଣ୍ଡା,ଅନୁପ ଚଟାର୍ଜୀ,ଅକ୍ଷୟ ନାୟକ,ହାଇଦର ଖାନ,ପ୍ରକାଶ ମହାନ୍ତି,ମୁନ୍ନା ପୃଷ୍ଟି,ତପନ ଦାସ,ଗଣେଶ ନାୟକ ପ୍ରମୁଖ ବହୁ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ।


